ମୋହନ ଭାଗବତ ଓ ଆରଏସଏସ ମୁଖ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଦେଲେ କୃଷକ ନେତା, ଏଫଆଇଆର ରୁଜୁ

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୦୬।୦୧: ଆରଏସଏସ ମୁଖ୍ୟଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇ ଅଡୁଆରେ କୃଷକ ନେତା। ମଧ୍ୟ ପ୍ରଦେଶର ବୈତୁଲ ଜିଲ୍ଲାରେ ପୁଲିସ ମଙ୍ଗଳବାର ମହାରାଷ୍ଟ୍ରର କୃଷକ ନେତା ଅରୁଣ ବନାକରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। ବାନକର ନିଜର ଭାଷଣରେ ରାଷ୍ଟ୍ରୀୟ ସଂୟସେବକ ସଂଘ(ଆରଏସଏସ)ର ମୁଖ୍ୟାଳୟ ସହିତ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ପ୍ରମୁଖ ମୋହନ ଭାଗବତଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲେ।

ବୈତୁଲର କୋତବାଲି ଥାନାରେ ବିଜେପି ବୈତୁଲ ଜିଲ୍ଲା ସଭାପତି ଆଦିତ୍ୟ ବାବଲା ଶୁକ୍ଳାଙ୍କ ଅଭିଯୋଗ କ୍ରମେ ୫୦୫ ଓ ୫୦୬ ଆଧାରରେ କୃଷକ ନେତା ଅରୁଣ ବନାକରଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି। ତେବେ ମାମଲାରେ ଏ ପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

କୋତବାଲି ଥାନା ଅଧିକାରୀ ସନ୍ତୋଷ ପନ୍ଦ୍ରେ କହିଛନ୍ତି, ନାଗପୁରରୁ ଦିଲ୍ଲୀ ରାସ୍ତାରେ ବୈତୁଲ କୃଷକଙ୍କ ରାଲି ସମୟରେ କୃଷକ ନେତା ଅରୁଣ ବାନକର ସୋମବାର ଜିଲ୍ଲା ମୁଲତାଇରେ ସହିଦ ସ୍ତମ୍ଭରେ ଶ୍ରଦ୍ଧାଞ୍ଜଳୀ ଦେବା ସହ କୃଷକଙ୍କୁ ସମ୍ବୋଧିତ କରିଥିଲେ।

ନିଜର ଭାଷଣରେ ବାନକର କହିଥିଲେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକଙ୍କ ଉପରେ ଗୁଳି ଚଳାଇବେ ତେବେ ଆମେ ନାଗପୁରରେ ଆରଏସଏସର ପ୍ରମୁଖ ସହିତ ଆରଏସଏସ ମୁଖ୍ୟାଳୟକୁକ ବୋମାରେ ଉଡାଇ ଦେବୁ। ଅଭିଯୋଗକାରୀ ଆଦିତ୍ୟ ବାବଲା ଶୁକ୍ଳା କହିଛନ୍ତି, ଅରୁଣ ବାନକର ଉତ୍ତେଜନାମୂଳକ ଭାଷଣ ଦେଇ ଜନତାଙ୍କୁ ଉସୁକାଇ ସମାଜରେ ଶାନ୍ତି ଓ ସଦ୍‌ଭାବ ବିଗାଡିର ପ୍ରୟାସ କରୁଛନ୍ତି। ପୁଲିସ ତାଙ୍କୁ ତୁରନ୍ତ ଗିରଫ କରନ୍ତୁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.