Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଚାଷୀନେତା ରାକେଶ ଟିକାୟତଙ୍କ ବୟାନ : ‘ସରକାର ସମାଧାନର ରାସ୍ତା ବାହାର କରନ୍ତୁ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ’

1/02/2021 at 9:59 PM

ନୂଆଦିଲ୍ଲୀ ୦୧/୦୨ : ନୂଆ କୃଷି ଆଇନକୁ ନେଇ ଆନ୍ଦୋଳନ ଜାରି ରଖିଥିବା ଭାରତୀୟ କିଷାନ ୟୁନିଅନ୍‌ ନେତା ରାକେଶ ଟିକାୟତ ପୁଣି ନିଜର ବୟାନ ଦେଇଛନ୍ତି । ସେ କହିଛନ୍ତି, ‘ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ । ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । କିଷାନ ମୋର୍ଚ୍ଚାର ଯେଉଁ ୪୦ ସଂଗଠନ ଅଛି ସେମାନଙ୍କ ସହିତ ସରକାର କଥାବାର୍ତ୍ତା କରନ୍ତୁ’ ।  

ଉତ୍ତର ପ୍ରଦେଶର ବିଜନୋରରେ ସୋମବାର ଅନୁଷ୍ଠିତ ଚାଷୀ ମହାପଞ୍ଚାୟତ ପରେ ଚାଷୀ ନେତା ଗୌରବ ଟିକାୟତ କହିଛନ୍ତି, ‘ସମସ୍ୟାର ସମାଧାନ ବାହାରିବା ଯାଏଁ ଦିଲ୍ଲୀରେ ଆନ୍ଦୋଳନ ଜାରି ରହିବ’ । ବିକେୟୁ ନେତାମାନଙ୍କ ଦ୍ବାରା କୌଣସି ରାଜନୈତିକ ନେତାମାନଙ୍କୁ ମଞ୍ଚରେ ସ୍ଥାନ ଦିଆଯିବନି ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ମହାପଞ୍ଚାୟତରେ ଆରଏଲଡି ନେତା ଜୟନ୍ତ ଚୌଧୁରୀ ମଞ୍ଚରେ ଉପସ୍ଥିତ ଥିଲେ ।

ଦିଲ୍ଲୀ ହିଂସା ଘଟଣାରେ ପୋଲିସ ମୋଟ ୪୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଏହା ସହିତ ଏଯାଏଁ ମୋଟ ୧୨୨ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ । ଗିରଫ କରାଯାଇଥିବା କୌଣସି ବ୍ୟକ୍ତିଙ୍କୁ ଅବୈଧ ଭାବେ ଧରାଯାଇନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି ।

ସେପେଟ ହରିୟାଣାର ଖଟକଡ ଟୋଲ ନିକଟରେ ଗତ ୩୮ ଦିନ ହେଲାଣି ନୂଆ କୃଷି ଆଇନକୁ ବିରୋଧ ଧାରଣାରେ ବସିରହିଛନ୍ତି ଚାଷୀ । ତେବେ ସୂଚନା ଅନୁସାରେ ଫେବୃୟାରୀ ୩ ତାରିଖରେ କୃଷକ ୟୁନିଅନ୍‌ର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ ସାମିଲ ହେବେ । ସୁରକ୍ଷା ଦୃଷ୍ଟିରୁ ସେଠାରେ ବ୍ୟାପକ ପରିମାଣର ପୋଲିସ ଫୋର୍ସ ମୁତୟନ କରାଯାଇଛି ।  

   Related Posts