Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବିଧାନସଭା ନିର୍ବାଚନ ଲଢିବେ ରାକେଶ ଟିକାୟତ ! ଜାଣନ୍ତୁ କ’ଣ କହିଲେ ଚାଷୀ ନେତା

12/07/2021 at 3:32 PM

ନୂଆଦିଲ୍ଲୀ ୧୨/୦୭ : ଉତ୍ତର ପ୍ରଦେଶ ଏବଂ ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏବେ ଠାରୁ ରାଜନୀତି ମଧ୍ୟ ସରଗରମ ହୋଇଗଲାଣି । ଏହାରି ମଧ୍ୟରେ ଚାଷୀ ନେତା ରାକେଶ ଟିକାୟତ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି । ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ ଏ ନେଇ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି । ସେ କହିଛନ୍ତି, ଚାଷୀ ନେତାମାନେ ନିର୍ବାଚନ ଲଢିପାରିବେ । ଏ ନେଇ ସେମାନଙ୍କ ନିକଟରେ ବିକଳ୍ପ ଖୋଲା ଅଛି ।

ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି, ‘ଆସନ୍ତା ସେପ୍ଟେମ୍ବର ମାସରେ ମୁଜଫରନଗରରେ ଚାଷୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ । ସରକାରଙ୍କ ନିକଟରେ ଆଉ ୨ ମାସ ସମୟ ରହିଛି । ଏହାରି ମଧ୍ୟରେ ଚରମ ପଦକ୍ଷେପ ନିଅନ୍ତୁ ସରକାର । ନଚେତ ମହାପଞ୍ଚାୟତ ବୈଠକରେ ହରିୟାଣା, ଉତ୍ତର ପ୍ରଦେଶ, ପଞ୍ଜାବର ଚାଷୀମାନେ ଆଗାମୀ ରଣନୀତି ପ୍ରସ୍ତୁତ କରିବେ।’

ବିଧାନସଭା ନିର୍ବାଚନ ଲଢିବା ନେଇ ରାକେଶ ଟିକାୟତ କହିଛନ୍ତି, ‘ ନିର୍ବାଚନ ଲଢିବା କିଛି ଭୁଲ କଥା ନୁହେଁ । ଯେଉଁମାନେ ଭୋଟ ଦେଉଉନ୍ତି ସେମାନଙ୍କ ନିକଟରେ ନିର୍ବାଚନ ଲଢିବା ପାଇଁ ମଧ୍ୟ ଅଧିକାର ରହିଛି । ଆମେମାନେ ଭୋଟ ଦେଉଛେ । ତେଣୁ ଯେଉଁମାନେ ଭୋଟ ଦେଉଛନ୍ତି ସେମାନେ ନିଜେ ଯଦି ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ତେବେ ଏଥିରେ ଭୁଲ କେଉଁଠି ?’

କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ନିର୍ବାଚନ ଲଢିବେ ନାହିଁ ବୋଲି ସଫା ସଫା ମନାକରିଦେଇଛନ୍ତି । ଚାଷୀ ୟୁନିଅନର ଆଗାମୀ ରଣନୀତି କଣ ରହିବ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଯଦି ସରକାର ଚାଷୀଙ୍କ ଦାବି ନଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ତଥା ଭିନ୍ନ ଧରଣର ହେବ ବୋଲି ସେ କହିଛନ୍ତି ।

   Related Posts