Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ମଞ୍ଚ ଉପରେ କାନ୍ଦିପକାଇଲେ ଚାଷୀ ନେତା ରାକେଶ ଟିକାୟତ : କହିଲେ, ‘କୃଷି ଆଇନ ପ୍ରତ୍ୟାହାର ନହେଲେ ଆତ୍ମହତ୍ୟା କରିବି’

28/01/2021 at 9:01 PM

ନୂଆଦିଲ୍ଲୀ ୨୮/୦୧ : ଚାଷୀ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବା​‌ରେ ଲାଗିଛି । ଗୋଟେ ପଟେ କୃଷି ବିଲ ପ୍ରତ୍ୟାହାର ଦାବି ଜିଦ୍‌ରେ ଅଟଳ ଚାଷୀ ଅନ୍ୟ ପଟେ କେନ୍ଦ୍ର ସରକାର ବିଲ୍ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ଗଣତନ୍ତ୍ର ଦିବସରେ ଦିଲ୍ଲୀ ରାଜରାସ୍ତାରେ ହୋଇଥିବା ହିଂସାକାଣ୍ତ ପରେ ଅରାଜକତା ଲାଗିରହିଛି । ଚାଷୀଙ୍କ ଏଭଳି କାର୍ଯ୍ୟକୁ ଅନେକାଂଶରେ ନିନ୍ଦା କରାଯାଉଥିବା ବେଳେ ଚାଷୀମାନେ କିନ୍ତୁ ଆନ୍ଦୋଳନ ଜାରି ରଖିବେ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଏହାକୁ ନେଇ ଚାଷୀ ନେତା ରାକେଶ ଟିକାୟତ ଗାଜିପୁର​‌ରେ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି । ରାକେଶ ଟିକାୟତ କହିଛନ୍ତି, ‘ଚାଷୀଙ୍କ ଆନ୍ଦୋଳନ ଜାରି ରହିବ । ସରକାର କୃଷି ବିଲ ପ୍ରତ୍ୟାହାର ନକଲେ ଆମକୁ ଗିରଫ କରନ୍ତୁ । ଯଦି ସରକାର ନୂଆ କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି ତେବେ ମୁଁ ଆତ୍ମହତ୍ୟା କରିବି।’

ସେ ଆହୁରି ମଧ୍ୟ କହିଛନ୍ତି ଦେଶରେ ଚାଷୀମାନଙ୍କ ପ୍ରତି ଅନ୍ୟାୟ ହେଉଛି । ଚାଷୀଙ୍କୁ ସମ୍ବୋଧନ କରୁଥିବା ବେଳେ ମଞ୍ଚ ଉପରେ କାନ୍ଦିପକାଇଥିଲେ କୃଷକ ନେତା ରାକେଶ ଟିକାୟତ । ଏହା ସହିତ ସେ କହିଛନ୍ତି, ଲାଲ କିଲ୍ଲାରେ କେଉଁମାନେ ପ୍ରବେଶ କରିଥିଲେ ସୁପ୍ରିମକୋର୍ଟ ତାହାର ତଦନ୍ତ କରାନ୍ତୁ । ଏହା ସହିତ ସେମାନଙ୍କ ରେକର୍ଡ ଯାଞ୍ଚ କରନ୍ତୁ ଏବଂ ଗତ ୨ ମାସର କଲ ରେକର୍ଡିଂ ଯାଞ୍ଚ କରନ୍ତୁ । ଚାଷୀମାନେ କୌଣସି ମତେ ମୁଣ୍ଡ ନୁଆଁଇବେ ନାହିଁ । ଆମର ଧାରଣା ଜାରି ରହିବ ।  

ସୂଚନା ଅନୁସାରେ ବର୍ତ୍ତମାନ ଗାଜିପୁର ସୀମାରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସିଂଘୁ ବର୍ଡର ଆଡକୁ ଯାଇଥିବା ସମସ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହେବ ସେ ନେଇ ପୋଲିସ ସଜାଗ ରହିଛି ।

   Related Posts