ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ

Published By : Prameya-News7 Bureau | April 19, 2019 IST

ଡୁଙ୍ଗୁରିପାଲି ୧୯|୪: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଇଛାପୁର ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ଇଚ୍ଛାପୁର ଗ୍ରାମର ଉଦୟ ସାହୁ । ଗତକାଲି ବିଳମ୍ବିତ ରାତିରେ ସେ ନିଜ ଚାଷ ଜମିକୁ ପାଣି ମଡାଇବାକୁ ଯାଇଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ଫଳରେ ସେ ବଜ୍ରାଘାତରେ ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.