ବଜ୍ରାଘାତରେ ଚାଷୀର ମୃତ୍ୟୁ: ଫେରିବେ କହି ଆଉ ଫେରିଲେ ନାହିଁ

Published By : Prameya-News7 Bureau | August 03, 2020 IST


ନୀଳଗିରି୩/୮: ବର୍ଷା ନ ହେବା ଯୋଗୁଁ ଚାଷଜମି ଫାଟି ଆଁ କରିଥିଲା। ଆଜି ସ୍ୱଳ୍ପ ବର୍ଷା ଚାଷୀଙ୍କ ମନରେ ଖୁସି ଭରି ଦେଇଥିଲା। କିଛି ସମୟ ମଧ୍ୟରେ ତାଙ୍କ ସବୁ ଖୁସ ଫସର ଫାଟିଗଲା। ପରିବାରକୁ କହି ଯାଇଥିଲେ ସଙ୍ଗେ ସଙ୍ଗେ ଫେରି ଆସିବି। ଫେରିବେ କଣ ବଜ୍ରାଘାତରେ ଚାଲିଗଲା ତାଙ୍କ ଜୀବନ। ନୀଳଗିରି ବ୍ଲକ ଅଧିନ ଆରବନ୍ଦ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନୀଳଗିରି ବ୍ଲକ ଅଧିନ ଆରବନ୍ଦ ଗ୍ରାମର ମକରା ବିଶ୍ୱାଳଙ୍କ ପୁଅ ନିତ୍ୟାନନ୍ଦ। ତାଙ୍କ ବୟସ ୪୬ ବର୍ଷ। ସାର୍ ବୁଣିବାକୁ ମଧ୍ୟାହ୍ନ ସମୟରେ ବିଲକୁ ଯାଇଥିଲେ। ଏହି ସମୟରେ ବଜ୍ରାଘାତରେ ତାଙ୍କ ଜୀବନ ଚାଲି ଯାଇଥିଲା। ତତ୍‌କ୍ଷଣାତ୍‌ ତାଙ୍କୁ ବରମପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ସେହିପରି ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ବଜ୍ରାଘାତରେ ଗୋଟେ ଭାଇର ମୃତ୍ୟୁ ହୋଇଛି। ଭଉଣୀ ଏପଟେ ଭାଇ ଆସିବା ବାଟକୁ ଚାହିଁ ବସିଛି। କିନ୍ତୁ ସେପଟେ ବଜ୍ରାଘାତରେ ଭାଇର ଜୀବନ ଚାଲିଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.