ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଚାଷୀର ଟେନସନ ବଢାଇଛି, ଖୋଲା ଆକାଶ ତଳେ କୁଇଣ୍ଟାଲ କୁଇଣ୍ଟାଲ ଧାନ
14/12/2018 at 5:26 PM

ଭୁବନେଶ୍ବର୧୪|୧୨: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବାଲଘୁଚାପ ଚାଷୀର ଟେନସନ ବଢାଇଛି। ଅଦିନିଆ ବର୍ଷା କାଳେ ବ୍ୟାପକ କ୍ଷୟକ୍ଷତି ଘଟାଇବ ସେଥିପାଇଁ ଚିନ୍ତାରେଚାଷୀ। ଏଣେ ପାଣିପାଗ ବିଭାଗ କହିଛି ୧୬- ୧୭ ତାରିଖରେ ଓଡ଼ିଶାରେ ବର୍ଷା ହେବ। …..

ଚାଷୀ ଏବେ ଟେନ୍ସନରେ। ମଣ୍ଡିରେ ଟନ ଟନ ଧାନ ପଡ଼ିଛି।ଧାନ ଉଠିବାରେ ଡେରି ହେଉଛି ସେପଟେ ପାଣିପାଗ ବିଭାଗ ସତର୍କ କଲାଣି ବର୍ଷା ଆସୁଛି। କଳାହାଣ୍ଡି ଜିଲ୍ଲାରେ ଖୋଲା ଆକାଶତଳେ ୯୦ରୁ ଅଧିକଧାନ ମଣ୍ଡି। ସରକାର ନଭେମ୍ବର ୧ତାରିଖରୁ ଧାନକିଣା ଘୋଷଣାକରିଥିଲେ ବି ବହୁ ବିଳମ୍ବରେଜିଲ୍ଲାର ୧୧୬ ମଣ୍ଡି କାର୍ଯ୍ୟ କରିଛି। ୧୦୦ରୁ ଅଧିକମଣ୍ଡିରେ ଛାଉଣୀ ବ୍ୟବସ୍ଥା ନାହିଁ। ପୁର୍ବରୁମିଲର ଧାନରମାନକୁ ନେଇ କଟନୀ ପାଇଁ ବାଧ୍ୟ କରୁଥିବାବଳେ ଏବେ ବର୍ଷା ଦେଲାଣି ଧମକ। ଆଉ ଯେଉଁ ଚାଷୀଙ୍କର ଧାନ ଏବେବି ବିଲରେ ରହିଛି ସେମାନଙ୍କ ଟେନସନ ତ ଆହୁରି ଅଧିକ।କାରଣ ୨ ଦିନ ଭିତରେ ଧାନ କଟା ନ ହୋଇପାରିଲେ ବିଲ ଧାନ ବିଲରେ ଷଡ଼ିବ।

ଡିପ୍ଡିପ୍ରେସନରେ ପରିଣତ ହୋଇ ଏହା ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା। ଏହାର ପ୍ରଭାବରେ ଓଡିଶାରେ ଆଗାମୀ ତିନିଦିନ କେ।ହଲା ପାଗ ସାଙ୍ଗକୁ ବର୍ଷା ହେବ। ମୁଖ୍ୟତଃ କଳାହାଣ୍ଡି, କୋରାପୁଟ, ମାଲକାନାଗିରି, ରାୟଗଡା ଆଦି ଜିଲାରେ ବର୍ଷାର ସମ୍ଭାବନା ଅଧିକ ରହିଛି । ସେହିପରି ୧୬ ତାରିଖରେ ସାରାରାଜ୍ୟ ଏବଂ, ୧୭ରେ ଉପକୁଳ ଓ ଆଭ୍ୟନ୍ତର ଓଡିଶାରେ ବର୍ଷା ହେବ।
ଏଥିସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି।