Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୨୫ ଦିନରେ ଧାନଗଛରେ ଧାନ କେଣ୍ଡା, ଚିନ୍ତାରେ ଚାଷୀ

16/09/2019 at 5:18 PM

କେନ୍ଦ୍ରାପଡା ୧୬।୦୯- ଅସମୟରେ ଧାନ ଫଳିବା ନେଇ ଚିନ୍ତାରେ ଚାଷୀ । ରୁଆ ଯିବାର ମାତ୍ର ୨୫ ଦିନ ପରେ ଧାନ କେଣ୍ଡା ବାହାରିଛି । କେନ୍ଦ୍ରାପଡା  ଆୟବା ପଞ୍ଚାୟତର ପ୍ରାୟ ୬ଟି ଗାଁର ୩୦ ଏକରରୁ ଅଧିକ ଧାନ ଚାଷରେ ଦେଖା ଦେଇଛି ଏହି ସମସ୍ୟା  । ନିମ୍ନମାନର ବିହନ ଯୋଗୁ ଏହି ସମସ୍ୟା ଉପୁଜିଥିବା ଅଭିଯୋଗ ହୋଇଥିବା ବଳେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । 

ତଳି ରୁଆ ଯିବାର ମାତ୍ର ୨୫ ଦିନ ଯାଇଛି । ହେଲେ ଦେଖନ୍ତୁ କେମିତି  ଫଳିଛି ଧାନ । ତଳିଚେର ମାଟିକୁ ଧରିଛି କି ନାହିଁ ଧାନ ଗଛରେ କେଣ୍ଡା ବାହାରିଲାଣି  । କେନ୍ଦ୍ରାପଡା ଆୟବା ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।  ଛୋଟ ଓ ଅପରିପକ୍ବ ଗଛରେ ଧାନ ଫଳିବା ନେଇ ଚିନ୍ତାରେ  ଚାଷୀ । ଅସମୟରେ ଫଳିଥିବା ଧାନ ଆଉ ମାତ୍ର ସପ୍ତାହକ ପରେ ଅଗାଡିରେ ପରିଣତ ହୋଇଯିବ ।  ପଂଚାୟତର ବାଲିଗୋଠ, ଆୟବା, ନରଣୁପର, ଗଣ୍ଡାକିଆ, ମଧୁରକୂଳ ଓ କେଉଟଗଡ ଗାଁର ପ୍ରାୟ ୩୦ ଏକରରୁ ଅଧିକ ଜମିରେ ଏହି ସମସ୍ୟା ଦେଖା ଦେଇଛି । ଧାର ଉଧାର କରି, ଋଣ ଆଣି  ଚାଷ କରିଛି ଚାଷ । ଯଥା ସମୟରେ ବିହନ କିଣି ତଳି ପକାଇବା ଓ ରୁଆ କାମ ଶେଷ କରିବା ପରେ ଅମଳ ପାଇଁ ଅପେକ୍ଷା କରିଥିଲା  ଚାଷୀ ।ହେଲେ ଅସମୟରେ କେଣ୍ଡା ବାହାରିବା ଦେଖି ଚାଷୀ  ମୁଣ୍ଡରେ ହାତ ଦେଇ ବସିଛି  ।

ଏହି ଅଞ୍ଚଳର ଚାଷୀମାନେ ଏକ ଘରୋଇ ସଂସ୍ଥାଠାରୁ ଧାନ ବିହନ କିଣିଥିଲେ। ସରକାରୀ ବିହନ କିଲୋପ୍ରତି ୨୦ ଟଙ୍କା ହୋଇଥିବା ବଳେ ଘରୋଇ ସଂସ୍ଥା କିଲୋପିଛା ୬୫ ଟଙ୍କାରେ ଚାଷୀମାନଙ୍କୁ ବିହନ ବିକ୍ରି କରିଛି ।  କମ୍ ପ୍ରୟୋଗରେ ଅଧିକ ଅମଳ ପ୍ରତିଶ୍ରତି ଦେଇ ସମ୍ପୃକ୍ତ ସଂସ୍ଥା ଚାଷୀଙ୍କୁ ନିମ୍ନମାନର ଧାନ ବିହନ ଦେଇଥିବା ଅଭିଯୋଗ ହୋଇଛି । ବିହନ କିଣା ସମେତ ଚାଷ ପାଇଁ ଜମି ପ୍ରସ୍ତୁତ କରିବା ଏବଂ ଅନ୍ୟାନ୍ୟ ଖର୍ଚ ବାବଦକୁ ଗୁଡ଼ିଏ ଟଙ୍କା ସାରିବା ପରେ ଏମିତି ଅବସ୍ଥା ଦେଖି ଚାଷୀଙ୍କ ହୋସ୍ ଉଡ଼ିଗଲାଣି ।  ଚାଷୀମାନେ କେଉଁ ଏଜେନ୍ସି ଠାରୁ ଧାନ ବିହନ କ୍ରୟ କରିଥିଲେ ସେ ନେଇ ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । କେବଳ ସେତିକି ନୁହେଁ ଯଦି କୌଣସି ଅଣପଞ୍ଜିକୃତ ସଂସ୍ଥା ଅଥବା ବ୍ୟକ୍ତି ଚାଷୀମାନଙ୍କୁ ବିହନ ବିକ୍ରି କରିଥିବା ପ୍ରମାଣ ମିଳେ ତବେ ଦୃଢ କାର୍ଯ୍ୟାନୁଷ୍ଠାନର ନିଆଯିବ ବୋଲି  କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।  

   Related Posts