ରାଜ୍ୟରେ ଚାଷୀର ଦୁଃଖ: ଗୋଟେ ପଟେ କାଳିଆ ଆଉଗୋଟେ ପଟେ ମଣ୍ଡିରୁ ଉଠୁନି ଧାନ

Published By : Prameya-News7 Bureau | February 06, 2019 IST

ଭୁବନେଶ୍ବର ୬|୨: ଚାଷୀଙ୍କ ପାଇଁ ସରକାରଙ୍କର ମାଳମାଳ ଯୋଜନା। ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆଉ ଋଣ ଛାଡ଼ ଭଳି ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି ।ହେଲେସରୁନି ଚାଷୀର ଦୁଃଖ।କେନ୍ଦୁଝର ହରିଚନ୍ଦନପୁର ନୟାଗଡ଼ ଦଶପଲ୍ଲାରେ ଚାଷୀ ନିଜର ଧାନ ବିକ୍ରି କରିନପାରି ଶୀତ କାକରରେ ମଣ୍ଡିରେ ପଡ଼ିଥିବାର ଦେଖିବାକୁ ମିଳିଛି …  

{"id":82622}

ଚାଷୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମାଳମାଳ ଯୋଜନା। ହେଲେ ସରୁନି ଚାଷୀର ଦୁଃଖ। ମଣ୍ଡିରେ ଧାନ ବିକ୍ରି କରି ନପାରି ହନ୍ତସନ୍ତ ହେଉଛନ୍ତି ଚାଷୀ ।ଏ ଦୁଇଟି ଦୃଶ୍ୟ ହେଉଛି କେନ୍ଦୁଝର ହରିଚନ୍ଦନପୁର ଓ ନୟାଗଡ଼ ଦଶପଲ୍ଲାରେ ।ଉଭୟ ସ୍ଥାନରେ ଧାନ ବିକ୍ରି କରିବାକୁ ଆସିଛନ୍ତି ଚାଷୀ । ହେଲେ ବିଭିନ୍ନ ବାହାନା ଦେଖାଇ ମିଲର ଧାନ କିଣିବାକୁ ନାରାଜ ।ହରିଚନ୍ଦନପୁରରେ ଶତାଧିକ ଚାଷୀ ୩ହଜାର କ୍ବିଣ୍ଟାଲରୁ ଅଧିକ ଧାନ ରଖି ଅନଶନରେ ବସିଛନ୍ତି । ସରକାରୀ ନିୟମରେ କ୍ବିଣ୍ଟାଲ ପିଛା ୩୩ ପ୍ରତିଶତ ଖରାପ ଧାନ ରହିପାରିବ । କିନ୍ତୁ ଏଠି ସମବାୟ ସମିତି କର୍ମଚାରୀ ଓ ମିଲର ନିୟମ ମାନିବାକୁ ନାରାଜ।ଏଥିଯୋଗୁଁ ରାତି ସାରା ନିଜଧାନକୁ ଜଗି ପଡ଼ିରହି ଥିଲେ ଚାଷୀ ।…

{"id":82623}

ସମାନ ଅବସ୍ଥା ନୟାଗଡ଼ ଦଶପଲ୍ଲା ଢିପସାହି ସେବା ସମବାୟ ସମିତିରେ ।୨ ଦିନ ହେଲା ୪୦ରୁ ଅଧିକ ଚାଷୀ ମଣ୍ଡିରେ ଧାନକୁ ଜଗି ରହିଛନ୍ତି ।ହଜାରେରୁ ଅଧିକ ବସ୍ତା ଧାନ ଏଠାରେ ପଡ଼ିରହିଛି ।ଏହି ସମବାୟ ସମିତିରୁ ସାଇଫୁଡ୍ରାଇସ୍ମିଲ୍୧୧ ହଜାର ୫୦୦ କ୍ବିଣ୍ଟାଲ ଧାନ ଉଠାଇବା କଥା ।କିନ୍ତୁ ପର୍ଯ୍ୟନ୍ତ ଉଠିଛି ମାତ୍ର ହଜାର ୫୦୦ କ୍ବିଣ୍ଟାଲ ଧାନ ।ଯୋଗାଣ ଅଧିକାରୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କିଛି ଫାଇଦା ନାହିଁ

{"id":82624}

ନିର୍ବାଚନ ପାଖେଇ ଆସୁଥିବା ବେଳେ ଚାଷୀଙ୍କ ପାଇଁ ସବୁ ଦଳର ନେତାଙ୍କ ଚିନ୍ତା ବଢ଼ିଯାଇଛି ।କିନ୍ତୁ ସେହି ଚାଷୀର ମୂଳ ସମସ୍ୟା ଯେମିତିକୁ ସେମିତି ରହିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.