Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ପୁଣି ଥରେ ମବ୍ ଲିଚିଙ୍ଗ୍ : ଟଙ୍କା ମାଗିବାକୁ ଯାଇଥିବା ଚାଷୀଙ୍କୁ ପିଟି ପିଟି ହତ୍ୟା,୫ଆହତ

6/02/2020 at 12:14 PM

ଧାର ୬/୨: ଭାରତରେ ମବ୍ ଲିଚିଙ୍ଗ୍ ଭଳି ଘଟଣା ଥମିବାର ନାଁ ନେଉନାହିଁ। ଏବେ ମଧ୍ୟ ପ୍ରଦେଶର ଧାର ଜିଲ୍ଲାରେ ମବ୍ ଲିଚିଙ୍ଗ୍ ଭଳି ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି। ବୁଧବାର ଧାର ଜିଲ୍ଲାର ମନାଓ୍ବର ଅଞ୍ଚଳର ବୋରଲାଇ ଗାଁର ଗାଁଲୋକେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରି ଦେଇଥିବାବେଳେ ୫ଜଣଙ୍କୁ ପିଟି ଆହତ କରିଛନ୍ତି। ଏହି ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଅଛି ବୋଲି ସୂଚନା ମିଳିଛି।

କୁହାଯାଉଛି ଯେ ମୃତକ ଏବଂ ଆକ୍ରମଣ କରିଥିବା ଲୋକଙ୍କ ମଧ୍ୟରେ ଟଙ୍କା ନେଣଦେଶକୁ ନେଇ ବିବାଦ ଚାଲିଥିଲା। ଏହି ମାମଲାକୁ ନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ କମଲନାଥ ମାମଲାର ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି।

ମୃତକ ଏବଂ ଗୁରୁତର ବ୍ୟକ୍ତି ଉଜ୍ଜୈନ ସହର ନିକଟରେ ରୁହନ୍ତି। ଏମାନେ ନିଜ କ୍ଷେତରେ କାମ କରିବା ପାଇଁ ଧାର ଜିଲ୍ଲାର ବୋରଲାଇରେ ରହୁଥିବା ଶ୍ରମିକଙ୍କୁ ଟଙ୍କା ଦେଇଥିଲେ କିନ୍ତୁ ଶ୍ରମିକମାନେ ଟଙ୍କା ନେବା ସତ୍ବେ କାମ କରିନଥିଲେ। ଏହି କଥାକୁ ନେଇ ୬ଜଣ ଚାଷୀ ବୁଧବାର ବୋରଲାଇ ପହଞ୍ଚି ଶ୍ରମିକଙ୍କୁ କାମ କରିବାକୁ କିମ୍ବା ଟଙ୍କା ଫେରାଇବାକୁ କହିଥିଲେ। ଏଥିପାଇଁ ବିବାଦ ହୋଇଥିଲା।

ଏହି କଥାକୁ ନେଇ ପାଟିତୁଣ୍ଡ ହେବାରୁ ସେଠାରେ ଗାଁଲୋକେ ରୁଣ୍ଡ ହୋଇଥିଲେ। ଏହା ପରେ ଗାଁଲୋକେ ଏହି ଚାଷୀଙ୍କ ପିଛା କରିଥିଲେ ଏବଂ ଘେରି ଯାଇ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହାପରେ ଗାଁଲୋକେ ଚାଷୀଙ୍କ ସହ ମିଶି ମାରପିଟ ଆରମ୍ଭ କରିଥିଲେ। ଗାଁଲୋକେ ଲାଠି,ପଥରରେ ଆକ୍ରମଣ କରି ଚାଷୀଙ୍କୁ ଗୁରୁତର କରି ଦେଇଥିଲେ। ଏହି ପ୍ରାଣଘାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୫ଜଣ ଆହତ ହୋଇଥିଲେ।

ପୋଲିସଙ୍କ କହିବା ଅନୁସାରେ ଚାଷୀଙ୍କ ଉପରେ ଆକ୍ରମଣ କରିଥିବା କିଛି ବ୍ୟକ୍ତିଙ୍କ ପରିଚୟ ମିଳିଥିବାବେଳେ ଅନ୍ୟମାନଙ୍କୁ ଖୋଜାଖୋଜି ଜାରି ରହିଛି। ଏବେ ଯାଏଁ କାହାକୁ ମଧ୍ୟ ଗିରଫ କରାଯାଇନାହିଁ।

   Related Posts