ଚାଷ ଜମିକୁ ଯାଇଥିଲେ, ଶୁଣ୍ଢରେ ଟେକି କଚାଡିଦେଲା ହାତୀ : ୨ ଗୁରୁତର

Published By : Prameya-News7 Bureau | June 16, 2021 IST

ସାନଖେମୁଣ୍ଡି, ୧୬/୦୬:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନବିଭାଗ ଅନ୍ତର୍ଗତ ହରିଣା ଗ୍ରାମର ସୁଳିଆ ପାହାଡ଼ ଗଣ୍ଡରେ  ହାତୀ ପଲଙ୍କ ଉପଦ୍ରବ । ହାତୀ ଆକ୍ରମଣରେ  ୨ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ବୁଧବାର ସକାଳେ କିଛି ବ୍ୟକ୍ତି ନିଜ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ସେମାନେ ହାତୀ ହାବୁଡରେ ପଡି ଯାଇଥିଲେ ।  ଜଣେ ବ୍ୟକ୍ତିଙ୍କୁ ହାତୀ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିବା ସୁଚନା ମିଳିଛି । ଆଉ ଜଣେ ମଧ୍ୟ ଗୁରୁତର ହୋଇଛନ୍ତି ।

ଦୁଇ ଗୁରୁତରଙ୍କୁ  ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।ଗୁରୁତର ଦ୍ୱୟ ହେଲେ ସିଙ୍ଗିପୁର ଗ୍ରାମର ଦେବରାଜ ସାହୁ ଓ  ସନ୍ତୋଷ ସାହୁ । ଏହି ଘଟଣାରେ ବନ ବିଭାଗ ସ୍ୱଷ୍ଟ ଉତ୍ତର ଦେଇ ନଥିବା ବେଳେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଦିଗପହଣ୍ଡି ମେଡ଼ିକାଲରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.