ଏହାକୁ କୁହନ୍ତି ଭାଗ୍ୟ: ପଥୁରିଆ ଜମିକୁ କରୁଥିଲେ ସମତଳ, ପାଇଲେ ୫ କିଲୋ ସୁନା

Published By : Prameya-News7 Bureau | April 08, 2021 IST

ଜନଗାଁଓ, ୦୮/୦୪: କୁହାଯାଏ ଭଗବାନ ଯେତେବେଳେ ଯାହାକୁ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । କାହା ଭାଗ୍ୟରେ ଲଟେରି ଲାଗି ଜୀବନ ବଦଳି ଯାଉଛି ତ ଆଉ କିଏ ଶୂନ୍ୟରୁ କୋଟି କୋଟି ସମ୍ପତ୍ତିର ଅଧିକାରୀ ହୋଇଯାଉଛି ।

ଏପରି ଏକ ଘଟଣା ତେଲେଙ୍ଗାନାର ଜନଗାଁଓ ଜିଲ୍ଲା ପେମ୍‌ବର୍ଥୀରେ ଘଟିଥିବା ଜଣାପଡ଼ିଛି । ଏହି ଗ୍ରାମର ଜଣେ କୃଷକଙ୍କ ଭାଗ୍ୟ ଏବେ ଖୋଲି ଯାଇଛି । ପଥୁରିଆ ଜମିରୁ ସେ ମହଣ ମହଣ ସୁନା ପାଇଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ ନରସିମ୍‌ହା ନାମକ ଜଣେ କୃଷକ କିଛିଦିନ ତଳେ ୧୧ ଏକର ଜାଗା କିଣିଥିଲେ । ଜମି ପଥୁରିଆ ଥିବାରୁ ସେ ଏହାକୁ ସମତୁଲ କରିବାରେ ଲାଗିଥିଲେ । ଡ୍ରୋଜର୍‌ ସାହାର୍ଯ୍ୟରେ ସେ ସମାନ କରୁଥିବା ସମୟରେ ଜମି ମଧ୍ୟରୁ ଏକ ବସ୍ତୁର ଝୁଣ୍‌ଝୁଣ୍‌ ଶବ୍ଦ ହୋଇଥିଲା । ଏହାପରେ ସେ ଏହାକୁ ଭଲରେ ଖୋଳନ୍ତି ତ ପାଖାପାଖି ୫ କେଜିର ମୁଲ୍ୟବାନ ଆଭୁଷଣ ବା ଅଳଙ୍କାର ମିଳିଥିଲା । ଯାହାର ଦାମ୍‌ ପାଖାପାଖି ୨ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି ।

ସୁନା ମିଳିବା ଘଟଣା ନିଆଁ ଲାଗିବା ପରି ସାରା ଅଞ୍ଚଳରେ ବ୍ୟାପିଯାଇଥିଲା । ଏହି ମୁଲ୍ୟବାନ ଧାତୁ ଗୁଡ଼ିକୁ ଦେଖିବା ପାଇଁ ଲୋକେ ନରସିମ୍‌ହାଙ୍କ ଘରକୁ ଛୁଟିଥିଲେ । ପରେ ଖବର ପାଇ ପ୍ରଶାସନ ମଧ୍ୟ ତାଙ୍କ ଘରେ ପହଞ୍ଚିଯାଇଥିଲେ । ସୁନା ଅଳଙ୍କାରଗୁଡ଼ିକୁ ଜବତ କରାଯାଇ ନିରୀକ୍ଷଣ ପାଇଁ ପଠାଯାଇଥିବା ଜଣାପଡ଼ିଛି ।

କୁହାଯାଉଛି ଯେ ଏହି ଅଳଙ୍କାର ସବୁ କାକତୀୟ ବଂଶଜଙ୍କର ହୋଇଥାଇପାରେ । କାକତୀୟ ସାମ୍ରାଜ୍ୟର ରାଜଧାନୀ ବାରଙ୍ଗଲୀ ଥିଲା । ଜନଗାଁଓ ପୂର୍ବରେ ବାରଙ୍ଗଲୀର ଏକ ଅଂଶବିଶେଷ ଥିଲା । ଯାହାକି ପରେ ଏକ ଜିଲ୍ଲାରେ ପରିବର୍ତ୍ତନ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.