Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ରାତାରାତି ଚମକିଗଲା ଶ୍ରମିକଙ୍କ ଭାଗ୍ୟ: ଖୋଦେଇରୁ ମିଳିଲା ୧୪ କ୍ୟାରେଟର ହୀରା, ମୂଲ୍ୟ ୭୦ ଲକ୍ଷ

25/02/2021 at 3:18 PM

ପନ୍ନା ୨୫/୦୨ : ହୀରା ନଗରୀ ପନ୍ନାରେ ଜଣେ ଗରିବ ଶ୍ରମିକଙ୍କ ଭାଗ୍ୟ ଚମକି ଯାଇଛି। କୃଷ୍ଣ କଲ୍ୟାଣପୁର ପଟ୍ଟୀର ଉଥଲି ହୀରା ଖାଦାନରୁ ତାଙ୍କୁ ୧୪.୯ କ୍ୟାରେଟର ହୀରା ମିଳିବ ପରେ ତାଙ୍କ ଭାଗ୍ୟ ମଧ୍ୟ ହୀରା ଭଳି ଚମକି ଉଠିଛି। ଏହି ହୀରାର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା। ଉକ୍ତ ଶ୍ରମିକ ଜଣକ ନିଜର ୭ଜ ସହଯୋଗୀଙ୍କ ସହ ମିଶି ଖାଦାନରେ ଦିନ ରାତି ପରିଶ୍ରମ କରିଥିଲେ। ଭଗବାନ ତାଙ୍କୁ ଏହି ବହୁମୂଲ୍ୟ ହୀରା ଦେଇ ସେମାନଙ୍କ ଭାଗ୍ୟ ବଦଳାଇ ଦେଇଛନ୍ତି।

ମଧ୍ୟ ପ୍ରଦେଶ ପନ୍ନା ଜିଲ୍ଲା ରତ୍ନଗର୍ଭା ପୃଷ୍ଠରୁ ଗତ କିଛି ଦିନ ହେଲା ବହୁମୂଲ୍ୟ ହୀରା ବାହାରୁଛି। ଗତ ୩ ଦିନରେ ୩ଟି ହୀରା ଉଦ୍ଧାର ହୋଇଛି। ସୋମବାର ଦିନ ଜଣେ ଶ୍ରମିକଙ୍କୁ ଏକାଥରେ ଦୁଇଟି ହୀରା ମିଳିଥିଲା। ବୁଧବାର ଦିନ ଆଉ ଜଣେ ଗରିବ ଶ୍ରମିକଙ୍କୁ ୧୪.୯ କ୍ୟାରେଟର ହୀରା ମିଳିଛି।

ସୂଚନା ଅନୁଯାୟୀ, ଏନଏମଡିସି କଲୋନୀରେ ରହୁଥିବା ରାମପ୍ୟାରେ ବିଶ୍ୱକର୍ମା ନିଜର ୭ଜଣ ସହଯୋଗୀଙ୍କ ସହ ମିଶି କୃଷ୍ଣ କଲ୍ୟାଣପୁର ପଟ୍ଟୀ ସ୍ଥିତ ଉଥଲି ହୀରା ଖାଦାନରେ ହୀରା କାର୍ଯ୍ୟାଳୟରେ ପଟ୍ଟା କରି ଖୋଦେଇ କରିଥିଲେ। ସେମାନେ ସେଠାରେ ଦିନ ରାତି ପରିଶ୍ରମ କରିଥିଲେ। ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଛି। ସେମାନଙ୍କୁ ବହୁମୂଲ୍ୟ ହୀରା ମିଳିଛି।

ସୂଚନା ଅନୁଯାୟୀ, ରାମପ୍ୟାରେ ନିଜର ସମସ୍ତ ସହଯୋଗୀଙ୍କ ସହ ହୀରା କାର୍ଯ୍ୟାଳୟରେ ହୀରାକୁ ଜମା କରିଦେଇଛନ୍ତି। ପନ୍ନା ଜିଲ୍ଲା ଅଧିକାରୀ ନିଜେ ରାମପ୍ୟାରେଙ୍କୁ ମାଳ ପିନ୍ଧାଇ ଶୁଭକାମନା ଦେଇଛନ୍ତି। ସେ ଜିଲ୍ଲାର ଅନ୍ୟ ଶ୍ରମିକଙ୍କୁ ହୀରା ଖାଦାନ ଲଗାଇବାକୁ ପ୍ରେରିତ କରିଛନ୍ତି। ହୀରା ଅଧିକାରୀ କହିଛନ୍ତି ଯେ ଆସନ୍ତା ସପ୍ତାହରେ ହେବାକୁଥିବା ନିଲାମୀରେ ଏହି ହୀରା ରଖାଯିବ ଯାହାଦ୍ୱାରା ରାଜସ୍ବର ଆୟ ହେବ।

   Related Posts