Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପଦ୍ମପୁରରେ ଅଜଣା ରୋଗପୋକ ଆତଙ୍କ, ଚିନ୍ତାରେ ଚାଷୀ : କୃଷି ବିଭାଗ ଉଚିତ୍ ପଦକ୍ଷେପ ନେବାକୁ ଦାବି

16/09/2020 at 11:05 AM

ପଦ୍ମପୁର ୧୬।୦୯: କରୋନା ମହାମାରି ସାରା ବିଶ୍ବରେ ଭୟର ବାତାବରଣ ରହିଛି । ବିଶ୍ୱରେ ଏହି ମହାମାରୀ ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା କଟକଣା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଳ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲା । ହେଲେ ବର୍ତ୍ତମାନ ଧାନ ଚାଷରେ ରୋଗପୋକ ଆକ୍ରାନ୍ତ ଚାଷୀର ମୁଣ୍ଡ ବିନ୍ଧାରକାରଣ ହେଲାଣି  । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚାଷୀମାନେ ମୁଣ୍ଡରେ ହାତ ଧରି ବସିଛନ୍ତି ।

ପଦ୍ମପୁର ଉପଖଣ୍ଡ ବିଭିନ୍ନ ପଞ୍ଚାୟତରେ ଧାନ ଚାଷରେ ଏବେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ରୋଗପୋକ  କାରଣରୁ ଶହଶହ ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଛି । ରୋଗ ପୋକ ଆକ୍ରମଣ ଯୋଗୁଁ ଧାନ ଗଛ ବଢିପାରୁ ନାହିଁ । ବର୍ତ୍ତମାନ ସମୟରେ ଅନ୍ୟ ବର୍ଷରେ ଭଲ ଧାନ ଫସଲ ହୋଇଥାଏ । କିନ୍ତୁ ରୋଗପୋକ ଯୋଗୁଁ ଧାନ ଗଛ ବଢ଼ି ପାରୁ ନାହିଁ ଯାହାକି ଚିନ୍ତାର କାରଣ ହୋଇଛି । ପତ୍ର ଗୁଡ଼ିକ ପ୍ରଥମେ ଲାଲ ହେବାରେ ଲାଗୁଛି ଏବଂ ପରେ ତାହା ପଚି ସଢ଼ି ନଷ୍ଠ ହୋଇଯାଉଛି । ସାଧାରଣତଃ ରାଷୀ ମାନେ ଏହି ରୋଗକୁ ଗଣ୍ଡିପୋକ ତଥା ପତ୍ରପୋଡା ରୋଗ ବୋଲି ଥାନ୍ତି।

କୃଷି ବିଭାଗ ଅଧିକାରୀ ମାନେ ମଧ୍ୟ ରୋଗକୁ ଚିହ୍ନିପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । କରୋନା କଟକଣା ଯୋଗୁଁ ବହୁ ଦୁଃଖ କଷ୍ଟରେ ଚାଷବାସ କରିଛନ୍ତି । ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଋଣ ନେଇ ଚାଷ କରି ପରିବାର ପୋପଣ ଆଶା ରଖିଛନ୍ତି । ବର୍ତ୍ତମାନ ସମୟରେ ଧାନ ଚାଷ ଉପରେ ଯେଉଁଭଳି ରୋଗପୋକ ଆକ୍ରାନ୍ତ କରିଛନ୍ତି । ତାହା ଚିନ୍ତାର କାରଣ ପାଲଟିଛି ।  ପଦ୍ମପୁର ଅଞ୍ଚଳର ଚାଷୀ ରୋଗପୋକରୁ ନିଜ ଚାଷକୁ କିପରି ରକ୍ଷା କରିବେ, ଏବେ ସେ ଚିନ୍ତାରେ ।

ରୋଗପୋକ ବିଷୟରେ ଚାଷୀ ମାନେ ଅଭିଯୋଗ କରିବା ପରେ କୃଷି ବିଭାଗ ଅଧିକାରୀ ଧାନ ବିଲ ଗୁଡିକ ଦେଖି କିଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି । କୃଷି ଅଧିକାରୀଙ୍କ ପରାମର୍ଶ ଅନୁସାରେ ବହୁ କଷ୍ଟରେ ଧାର କରଜ କରି ଚାଷୀ ଚଢା ଦରରେ ବଜାରରୁ କିଟନାଶକ ଔଷଧ କିଣି ଧାନରେ ପ୍ରୟୋଗ କରୁଛନ୍ତି । କିଟନାଶକ ଔଷଧ କୌଣସି ପ୍ରକାରର କାମରେ ଆସୁନାହିଁ । କିଟନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ ରୋଗପୋକ ବଢ଼ିବାରେ ଲାଗିଛି ଏବଂ ଚାଷ ନଷ୍ଟ ହେଉଛି ।

ଚାଷୀଙ୍କ କିଣିବା ଦ୍ଵାରା କେବଳ କିଟନାଶକ ଔଷଧ ଦୋକାନୀ ମାଲେମାଲ ହେଉଛନ୍ତି । ଆଉ  ଚାଷୀ କେବଳ ଖର୍ଚ୍ଚାନ୍ତ ହେଉଛନ୍ତି । ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଲଙ୍କୁ ପଚରା ଯିବାରୁ ଅଜଣା ରୋଗ ବିଷୟରେ କୃଷି ବିଭାଗ ତଦନ୍ତ କରିବେ । ଚାଷୀ ମାନେ କିପରି ସରକାରଙ୍କ ଦ୍ଵାରା ପ୍ରଦତ୍ତ କୀଟଚାଶକ ପାଇପାରିବେ ସେ ବିଷୟରେ ପଦେକ୍ଷପ ନେବେ । କୃଷି ବିଭାଗ ଏହି ରୋଗକୁ ଠିକ୍‌ ଭାବରେ ଚିହ୍ନଟ କରି ରୋଗର ନିରାକରଣପାଇଁ କିଟନାଶକ ଯୋଗାଇ ଦେଲେ ଚାଷୀ ଉପକୃତ ହୋଇପାରିବେ ।

   Related Posts