Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଫସଲ ଜମିରେ ବିନା ଅନୁମତିରେ ଘରୋଇ କମ୍ପାନୀର ଜୁଲମ୍, ସମାଧାନ ନହେଲେ ଚାଷୀଙ୍କ ଆନ୍ଦୋଳନର ଧମକ

19/11/2020 at 11:00 AM

ଚଣ୍ଡିଖୋଲ ୧୯।୧୧: ଚାଷୀଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇଯାଉଛି ।କେତେ ବେଳେ ଦଇବର ମାଡ ତ କେତେବେଳେ ତାଙ୍କ ଅଗୋଚର ଜମିରେ ଘରୋଇ କମ୍ପାନୀ ମାନେ ଜମିକୁ ତାଡି ନଷ୍ଟ କରିଦେଉଛନ୍ତି। ଏଭଳି ଏକ ସଂଙ୍ଗିନ୍ ଅଭିଯୋଗ ଆସିଛି ବଡଚଣା ବ୍ଲକ ଅନ୍ତର୍ଗତ ବରପଦା ଅଞ୍ଚଳରୁ ।

ଖବର ଅନୁଯାୟୀ, ବିନା ଅନୁମତିରେ ଜମିରେ ମେଗା ପାନୀୟ ଜଳ ପ୍ରୋଜେକ୍ଟ ଆଳରେ ଘରୋଇ ଏଲ୍ ଆଣ୍ଡ ଟି କମ୍ପାନୀ ଚାଷ ଜମିକୁ ଏଭଳି କ୍ଷତବିକ୍ଷତ କରିଦେଇଛି । ଚାଷୀ ପରିବା ଚାଷ ଆରମ୍ଭ କରିବା ପାଇଁ ଜମିକୁ ହଳଲଙ୍ଗଳ କରି କ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ଘରୋଇ କମ୍ପାନୀ ରାତି ଅଧିଆ ଜମିରେ ତାଣ୍ଡବ ଆରମ୍ଭ କରିଦେଇଛି। କିଛି ଚାଷୀ ଏହାର କୈଫତ୍ ମାଗିବା ଯୋଗୁଁ ଜମି ମଝିରେ ବଡ ବଡ ମେସିନ ଛାଡି ଦେଇ ମାସେ ହେଲା କାହାର ଦେଖାଦର୍ଶନ ନାହିଁ।

ପାଣି ଟାଙ୍କି ପାଇଁ  ଓ ପାଇପ ଲାଇନ ପାଇଁ ଜମି ଅଧିଗ୍ରହଣ କମ୍ପାନୀ କରିଥିଲା ବେଳେ ସେଠାରେ ଟାଙ୍କି  ନକରି ଅଲଗା ପ୍ଳଟ୍ ରେ କରିଛନ୍ତି ।  ସେହି ଖବର ଚାଷୀ ମାନେ ଉଚ୍ଚ କର୍ତ୍ତୃପକ୍ଷ ଜଣାଇରେ ବି କୌଣସି ସୁଫଳ ମିଳିନାହିଁ । ଚାଷୀମାନେ କଣ କରିବେ ସେ ନେଇ ଚିନ୍ତା ଘାରିଛି । ଏଣୁ ଆଜି ସେମାନେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡିଛନ୍ତି। ଯଦି  ସେମାନଙ୍କ ସମସ୍ୟାର ସମାଧାନ ନକରାଗଲା, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ।

   Related Posts