Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଥମୁନି ଗଜରାଜଙ୍କ ଉତ୍ପାତ : ଚାଷୀଙ୍କୁ କଚାଡି ଦେଲା ହାତୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

6/12/2020 at 12:22 PM

ଭଦ୍ରକ, ୦୬।୧୨:   ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଂଚଳରେ ହାତୀ ଉପଦ୍ରଵ ଥମିବାର ନାଁ ଧରୁନି । ଗତ ସପ୍ତାହରେ ହାତୀ ଆକ୍ରମଣରେ ତିନିଜଣ ଗୁରୁତର ହୋଇଥିବାବେଳେ ଆଜି ପୁଣି ଅନ୍ୟଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି । ଫଳରେ ପୁଣି ଜଣେ ଚାଷୀ  ଗୁରୁତର ହୋଇଛନ୍ତି । 

ଗୁରୁତର ଚାଷୀଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗୁରୁତର ଚାଷୀ ଜଣଙ୍କ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବସୋଇ ଗ୍ରାମର ମାଗୁଣି ସାହୁ।ରବିବାର ସକାଳେ ମାଗୁଣି ବିଲକୁ ଯାଉଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ।ଫଳରେ ହାତୀ ଶୁଣ୍ଢରେ ଟେକି ତାଙ୍କୁ କଚାଡି ଦେଇଥିଲା। ଗୁରୁତର ଭାବେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ହାତୀ ଆକ୍ରମଣରେ ତାଙ୍କର ଅଣ୍ଟା ଓ ହାତ ଭାଙ୍ଗି ଯାଇଥିବାର ଜଣାପଡିଛି।

୭ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ଯାହାକୁନେଇ ଅଞ୍ଚଳବାସୀ ଭୟଭୀତରେ ରହିଛନ୍ତି।ଗତ ସପ୍ତାହରେ ହାତୀ ଆକ୍ରମଣରେ ୩ଜଣ ଗୁରତର ଭାବେ ଆହତ ହୋଈ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ତେବେ ବର୍ତ୍ତମାନ ଚାଷ ଅମଳର ସମୟ ହୋଈଥିବାରୁ ହାତୀମାନଙ୍କ ଉପଦ୍ରବ ବଢିଚାଲିଛି।

   Related Posts