ଓହଳି ପଡିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ

Published By : Prameya-News7 Bureau | September 10, 2019 IST

ପାରାଦୀପ ୧୦।୯: ବିଦ୍ୟୁତ୍ ଆଘାତରେ ଜଣେ ଚାଷୀର ମୄତ୍ୟୁ ହୋଇଛି । ମୄତକ ହେଉଛନ୍ତି କୁଜଙ୍ଗ ଥାନା ପାରିଅଙ୍ଗ ଅଞ୍ଚଳର ଅଭୟ ପ୍ରଧାନ । ତାଙ୍କ ବୟସ ୫୨ ବର୍ଷ ।

ସୂଚନାଯୋଗ୍ୟ ଯେ, ଅଭୟ ସବୁଦିନ ଭଳି ବିଲକୁ ଚାଷକାମ କରିବା ପାଇଁ ଆଜି ମଧ୍ୟ ବିଲକୁ ଯାଇଥିଲେ। ତେବେ ବିଲ ନିକଟରେ ଯାଇଥିଲା ଏଲ.ଟି. ବିଦ୍ୟୁତ ତାର ତଳକୁ ଓହଳି ପଡିଥିଲା । କୌଣସି କାରଣରୁ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଆଘାତପ୍ରାପ୍ତ ହେବା ପରେ ତଳେ ପଡି ଯାଇଥିଲେ । ଫଳରେ ପାଖରେ ଥିବା ଗ୍ରାମର କିଛି ଲୋକ ତାଙ୍କୁ କୁଜଙ୍ଗ ମେଡ଼ିକାଲ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୄତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.