୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | September 14, 2019 IST

ଜଗତସିଂହପୁର ୧୪|୯: ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ପୋଖରୀଆପଡା ଗ୍ରାମରେ। ପୋଖରୀଆପଡା ଗ୍ରାମର ସ୍ବର୍ଗତ ରତ୍ନାକର ସ୍ବାଇଁଙ୍କ ପୁଅ ନୀଳମଣି ସ୍ବାଇଁ ଆଜି ପୂର୍ବାହ୍ନରେ ନିଜ ସୁମୁହାଣୀ ପୋଲ ନିକଟ ଧାନବିଲକୁ ଧାନ ବାଛିବାକୁ ଯାଇଥିଲେ। ଧାନବିଲକୁ ଯିବା ବାଟରେ ତଳେ ଥିବା ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

{"id":157602}

ସ୍ଥାନୀୟ ଲୋକମାନେ ଉଦ୍ଧାର କରି ମୃତ ଚାଷୀ ନୀଳମଣିଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଏରସମା ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଅନ୍ୟ ପକ୍ଷରେ ମୃତ ଚାଷୀ ନିଳମଣିଙ୍କ ମୃତଦେହ ରଖି ୫୫ନଂ ଜାତୀୟ ରାଜପଥ ତଥା ମଣିଜଙ୍ଗା ଏରସମା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳରେ ଏରସମା ଥାନା ଅଧିକାରୀ ଓ ତିର୍ତୋଲ ଏସଡିପିଓ ପହଞ୍ଚି ବୁଝାଶୁଝା କରିଥିଲେ। ସୂଚନାଯୋଗ୍ୟ ଯେ, ଅକାଳରେ ମୃତ୍ୟୁ ହୋଇଥିବା ଚାଷୀ ନୀଳମଣିଙ୍କ ପତ୍ନୀ ଓ ଦୁଇ ଛୋଟ ଛୋଟ ସନ୍ତାନ ଅଛନ୍ତି। ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.