କୃଷି ଆଇନ୍‌ ପ୍ରତ୍ୟାହାର ପାଇଁ ଅଭିନବ ବିଦ୍ରୋହ, ଟ୍ରାକ୍ଟରରେ ରିଭର୍ସ ଗିୟରରେ ପଞ୍ଜାବରୁ ଦିଲ୍ଲୀ ପହଞ୍ଚିଲେ ଚାଷୀ

Published By : Prameya-News7 Bureau | January 24, 2021 IST

ନୂଆଦିଲ୍ଲୀ ୨୪/୦୧:  ନୂଆ କୃଷି ଆଇନ୍‌ ସରକାର ପ୍ରତ୍ୟାହାର କରନ୍ତୁ ବୋଲି ହଜାର ହଜାର ଚାଷୀ ଦାବି କରୁଛନ୍ତି। ଏହା ବିରୋଧରେ ଦୀର୍ଘ ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି  ବହୁ ସଂଖ୍ୟକ ଚାଷୀ। ଗୋଟିଏ ପଟେ ସରକାର ଆଇନ୍‌ ପ୍ରତ୍ୟାହାର କରିବେନି ବୋଲି କହୁଥିବା ବେଳେ ଚାଷୀ କିନ୍ତୁ ନିଜ ଜିଦ୍‌ରେ ଅଟଳ। ପ୍ରତ୍ୟାହାର ହିଁ ଏକମାତ୍ର ସମାଧାନ ବୋଲି ଚାଷୀ କହିଛନ୍ତି। ସରକାର ଆଇନ୍‌ ପ୍ରତ୍ୟାହାର କରିବେ କି ନାହିଁ ଜଣାନାହିଁ କିନ୍ତୁ ଜଣେ ଚାଷୀ ରିଭର୍ସ ଗିୟରରେ ଟ୍ରାକ୍ଟର ଚଳାଇ ଦିଲ୍ଲୀ ପହଞ୍ଚିଛନ୍ତି। ରିଭର୍ସ ଗିୟରରେ ଟ୍ରାକ୍ଟର ଚଳାଇ ସରକାରଙ୍କୁ ଆଇନ୍‌ ପ୍ରତ୍ୟାହାର ପାଇଁ ଚେତେଇ ଦେଇଛନ୍ତି ଚାଷୀ।

ଜାନୁଆରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ଅନୁମତି ମିଳିଛି। ଏଥିରେ ସାମିଲ ହେବାକୁ ଜଣେ ଚାଷୀ ପଞ୍ଜାବରୁ ରିଭର୍ସ ଗିୟରରେ ଟ୍ରାକ୍ଟର ଯୋଗେ ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଏଭଳି ଏକ ଅଭିନବ ବିଦ୍ରୋହର ଭିଡିଓ ଏବେ ଭାଇରାଲ୍‌ ହେଉଛି।

wp:embed {"url":"https://twitter.com/Tractor2twitr/status/1353170680620212225","type":"rich","providerNameSlug":"twitter","responsive":true,"className":""}
https://twitter.com/Tractor2twitr/status/1353170680620212225
/wp:embed

ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଜାରି ରଖିଥିବା ଚାଷୀମାନେ ଟ୍ରାକ୍ଟର ରାଲି କରିବା ପାଇଁ ଚେତାବନୀ ଦେଇଥିଲେ । ୩ ନୂଆ ଆଇନକୁ ଗତ ୬୦ ଦିନ ଧରି ଧାରଣା ମାଧ୍ୟମରେ ତୀବ୍ର ବିରୋଧ କରୁଥିବା ଚାଷୀ ସଂଗଠନ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ ଦିଲ୍ଲୀ ପୋଲିସ ନିକଟରେ ଆବେଦନ କରିଥିଲେ । ତେବେ ଏହାକୁ ଲିଖିତ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । କେଉଁ କେଉଁ ରୁଟ୍‌ରେ ଚାଷୀମାନେ ଟ୍ରାକ୍ଟର ପରେଡ୍‌ କରିପାରିବେ ତାହାର ଏକ ରୁଟ୍‌ ମ୍ୟାପ୍‌ ତିଆରି କରିଛି ଦିଲ୍ଲୀ ପୋଲିସ । ଜାନୁୟାରୀ ୨୬ରେ ଚାଷୀମାନେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଟ୍ରାକ୍ଟର ରାଲି କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.