Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ଜିଦ୍‌ରେ ଅଟଳ ଚାଷୀ ! ମାରାଥନ ଆଲୋଚନା ପରେ ସରକାରଙ୍କ ପ୍ରସ୍ତାବ ଅଗ୍ରାହ୍ୟ

21/01/2021 at 10:38 PM

ନୂଆଦିଲ୍ଲୀ ୨୧।୧: ସଂଶୋଧିତ କୃଷି ଆଇନକୁ ନେଇ ଉପୁଜିଥିବା ଅସନ୍ତୋଷ ଦୂର କରିବାକୁ  କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଚାଷୀ ଅଗ୍ରାହ୍ୟ କରିଦେଇଛନ୍ତି। ଗୁରୁବାର କୃଷକ ସଙ୍ଗଠନଙ୍କର ଅନ୍ତରୀଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ବେଳେ ସରକାରଙ୍କ ପ୍ରସ୍ତାବକୁ ନାମଞ୍ଜୁର କରିଛନ୍ତି। 

ବୁଧବାର ବିଜ୍ଞାନ ଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ଓ ଖାଦ୍ୟମନ୍ତ୍ରୀ କୃଷକ ନେତାଙ୍କୁ ସରକାରଙ୍କ ପ୍ରସ୍ତାବ ଦେଇଥିଲେ। ଏଥିରେ ଆଇନକୁ ଦେଢବର୍ଷ ହୋଲ୍ଡ ରଖି ଚାଷୀ ଓ ସରକାରଙ୍କ କମିଟି ଗଠନ ହେବ ବୋଲି କହିଥିଲେ।  କମିଟି ଯାହା ସୁପାରିଶ କରିବେ ସେହି ଅନୁସାରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା।

ତେବେ ଚାଷୀମାନେ ଆଇନ ପ୍ରତ୍ୟାହାର ଲାଗି ଦିଲ୍ଲୀ ଆସିଥିବାରୁ ଏହାକୁ ପ୍ରତ୍ୟାହାର କରି ସେମାନେ ଘରକୁ ଫେରିବେ ବୋଲି କହିଛନ୍ତି। ସିଂଘୁ ବର୍ଡରରେ ଗୁରୁବାର ଦିନ ତମାମ ସରକାରଙ୍କ ପ୍ରସ୍ତାବ ଉପରେ ମାରାଥନ ଚର୍ଚ୍ଚା ହୋଇଥିଲା। ଏଥିରେ ସରକାର ଆଇନ ପ୍ରତ୍ୟାହାର କରିବା ସପକ୍ଷରେ ନଥିବା ଚାଷୀ ସ୍ପଷ୍ଟ ହୋଇଥିବା ବେଳେ କୃଷି ସମ୍ପର୍କିତ ୩ କୃଷି ଆଇନ ରଦ୍ଦ ଲାଗି ସେମାନଙ୍କ ଦାବିର ସ୍ଥାନ ନଥିବା ଜାଣିବା ପରେ ପ୍ରସ୍ତାବରୁ ଓହରିଯିବାକୁ ନିଷ୍ପତ୍ତି ହୋଇଛି।

ଜାନୁୟାରୀ ୨୨ ବୈଠକରେ ଚାଷୀ ସରକାରଙ୍କୁ ନିଷ୍ପତ୍ତି ଜଣାଇବେ ବୋଲି କହିଥିଲେ। ତେବେ ସରକାରଙ୍କ ପ୍ରସ୍ତାବରେ ଚାଷୀ ସହମତ ହେଉ ନଥିବାରୁ ସମାଧାନର ଆଶା ମଉଳି ଯାଇଛି। ଏଣୁ ସରକାର ପ୍ରଣିତ କରିଥିବା ଆଇନ ରଦ୍ଦ ହେଲେ ହିଁ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବା ସ୍ପଷ୍ଟ ହୋଇଥିବା ବେଳେ ସରକାର ଓ ଚାଷୀଙ୍କ ଆଲୋଚନାରେ ମଧ୍ୟ ଜବନିକା ପଡିବ ବୋଲି ଅନୁମାନ କରାଯାଉଛି।

   Related Posts