UP: ଲକ୍ଷ୍ମୀପୁର ଖୀରିରେ ଚାଷୀଙ୍କ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୬କୁ, ଘଟଣାସ୍ଥଳରେ ବଢୁଛି ଉତ୍ତେଜନା, ଏଡିଜିଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | October 03, 2021 IST

ଲକ୍ଷ୍ନୌ ୩।୧୦:  ଲକ୍ଷ୍ମୀପୁର ଖୀରିରେ ରବିବାର ଅଘଟଣ ଘଟିଛି। ଚାଷୀମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବାକୁ ଯାଉଥିବା ବେଳେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟନୀଙ୍କ ପୁଅ ଆଶିଷ ମିଶ୍ର ସେମାନଙ୍କ ଉପରେ ଦ୍ରୁତବେଗରେ ଗାଡି ଚଢାଇ ଦେଇଛନ୍ତି। ଫଳରେ ଘଟଣା ସ୍ଥଳରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ  ହସ୍ପିଟାଲରେ ଆଉ ୪ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାରେ ଚାଷୀଙ୍କ ମୋଟ ମୃତ୍ୟୁ ସଂଖ୍ୟା ୬କୁ ପହଞ୍ଚିଛି। ଆହୁରି କେତେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ତେବେ ଚାଷୀଙ୍କ ସମେତ ଏପର୍ଯ୍ୟନ୍ତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ଆସୁଛି।  

wp:embed {"url":"https://twitter.com/RahulGandhi/status/1444636880029552644","type":"rich","providerNameSlug":"twitter","responsive":true}
https://twitter.com/RahulGandhi/status/1444636880029552644
/wp:embed

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରବିବାର ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଦେବା ସହ ଏଡିଜି (ଆଇଶୃଙ୍ଖଳା) ପ୍ରଶାନ୍ତ କୁମାରଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ପରିସ୍ଥିତି ବେଳକୁ ବେଳ ଉତ୍ତେଜନାପୂର୍ଣ୍ଣ ହେଉଥିବାରୁ ଆହୁରି ୩ କମ୍ପାନୀ ପିଏସିଙ୍କୁ ଡକାଯାଇଛି। ସେପଟେ ମୃତ ଚାଷୀଙ୍କ ପରିଜନଙ୍କୁ ଭେଟିବା ଲାଗି ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଲକ୍ଷ୍ମୀପୁର ଖୀରି ବାହାରି ଯାଇଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଲକ୍ଷ୍ମୀପୁର ଖୀରି ପହଞ୍ଚୁଥିବା ଜଣାପଡିଛି।

wp:embed {"url":"https://twitter.com/ArvindKejriwal/status/1444652103205412869","type":"rich","providerNameSlug":"twitter","responsive":true}
https://twitter.com/ArvindKejriwal/status/1444652103205412869
/wp:embed

ପ୍ରଶାସନ ମୃତକଙ୍କୁ ଚିହ୍ନଟ କରିଛି। ଏମାନେ ହେଲେ  ବହରାଇଚ୍ ନାନପାରାର ହରଜିତ ସିଂହଙ୍କ ପୁଅ ଦଲଜିତ ସିଂହ(୩୨), ଗୁରୁବିନ୍ଦର ସିଂହଙ୍କ ପୁଅ ସତବିନ୍ଦର ସିଂହ (୨୦), ମହଙ୍ଗାଇ ପଲିଆ କଲାଂ ଖୀରର ଚୌଖଡ଼ା ଫାର୍ମ ନିବାସୀ ସତନାମ ସିଂହଙ୍କ ପୁଅ ଲବ ପ୍ରୀତ, ଧରୋହରାର ନଛୋତର ସିଂହଙ୍କ ସମେତ ଅନ୍ୟ ୨ ଜଣ ଚାଷୀ ଥିବା କୁହାଯାଉଛି। ଘଟଣାକୁ ନେଇ ଚାଷୀଙ୍କ ମହଲରେ ଆକ୍ରୋଶ ସୃଷ୍ଟି ହୋଇଥିବା ବେଳେ ଗାଜିପୁର ବର୍ଡରରୁ କୃଷକ ନେତା ରାକେଶ ଟିକାୟତ ଲକ୍ଷ୍ମୀପୁର ଖୀରି ଅଭିମୁଖେ ବାହରିଛନ୍ତି। ବିସ୍ତୃତ ଖବରକୁ ଅପେକ୍ଷା କରାଯାଇଛି।

wp:embed {"url":"https://twitter.com/sherryontopp/status/1444667470275432448","type":"rich","providerNameSlug":"twitter","responsive":true}
https://twitter.com/sherryontopp/status/1444667470275432448
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.