ଚାଷ ଜମିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ଚାଷୀ ମୃତ

Published By : Prameya-News7 Bureau | September 04, 2018 IST

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକୀବନ୍ଧ ଗାଁରେ ଅଭାବନୀୟ ଘଟଣା । ଚାଷ ଜମିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ଚାଷୀ ମୃତ । ମୃତକ ହେଉଛନ୍ତି ଏମ୍ ଶ୍ୟାମ କୁମାର । ବିଦ୍ୟୁତ ବିଭାଗର ଅବହେଳା ପାଇଁ ଏହି ଦୁର୍ଘଟଣା ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାର ତଦନ୍ତ ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ଉତ୍ତ୍ୟାକ୍ତ ଲୋକ । ଫଳରେ ଜୟପାଟଣା ଓ ଭବାନୀପାଟଣା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିମଟର ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.