ନିଶ୍ଚିନ୍ତକୋଇଲି ୧୯|୫: କଟକ ଜିଲ୍ଲା ମାହାଙ୍ଗା ଥାନା ସବଳକଣା ଗାଁରେ ଜଣେ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜଣ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ଅଂଶୁଘାତରେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ଚାଷୀଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ନିରଞ୍ଜନ ଦାସ । ନିରଞ୍ଜନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପରିବାର ଲୋକେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ମଞ୍ଚରେ ଭାଷଣ ଦେବା ବେଳେ ହଠାତ୍ ଅଚେତ ହୋଇଗଲେ କେନ୍ଦ୍...