ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ

Published By : Prameya-News7 Bureau | August 01, 2018 IST

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ । ବିଲରେ କାମ କରୁଥିବା ବେଳେ ନୟାଗଡ ଶିଖରପୁର ଗଁ।ର ପାଣୁଚରଣ ଭଟ୍ଟଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ପାଣୁ ନିଜ ବିଲକୁ କାମ କରିବାକୁ ଯାଇଥିଲେ । ବିଲ ଉପରେ ଝୁଲି ରହିଥିବା ୩୩ କେଭି ତାର ତାଙ୍କ ଦେହରେ ଲାଗିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ପାଣୁଙ୍କ ପରିବାରକୁ କ୍ଷତିପୁରଣ ଦାବିରେ ଗ୍ରାମବାସୀମାନେ ଶିଖରପୁର ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ନୟାଗଡ ଖଣ୍ଡପଡା ରାସ୍ତାରେ ଗାଡିଚଳାଚଳ ବନ୍ଦ ରହିଥିଲା । ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.