Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚାଷ ଜମିରୁ ଚାଷୀଙ୍କ ମୃତଦେହ ଉଦ୍ଧାର

15/06/2020 at 8:11 PM

ସାନଖେମୁଣ୍ଡି୧୫/୬: ଦିଗପହଣ୍ଡି ବ୍ଳକ ନୂଆଗୁମ୍ମା ଗାଁ ଅଞ୍ଚଳର ଏକ ଚାଷଜମିରୁ ସୋମବାର ଅପରାହ୍ନରେ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଫାଶୀଗୁଡ଼ା ପଞ୍ଚାୟତ ଜକମେରୀ ପଲ୍ଲୀ ଗ୍ରାମର କଂଗ୍ରେସ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି। କଂଗ୍ରେସ ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗାଁ ନଦୀ ନିକଟ ଚାଷ ଜମିକୁ ଯାଇ ଆଉ ଘରକୁ ଫେରି ନଥିଲେ। ଅପରାହ୍ନରେ ଜଣେ ଛେଳି ଜଗୁଆଳ ନଦୀହିଡ ଦେଇ ନୂଆ ଗୁମ୍ମା ଗାଁକୁ ଛେଳି ପଲ ନେଇ ଫେରୁଥିବା ବେଳେ ଖୋଲା ପଡିଆ ଜମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବା ପରେ ଦୌଡି ଯାଇ ଗାଁ ଲୋକଙ୍କୁ ଜଣାଇଥିଲେ।

ଖବର ପ୍ରଚାରିତ ହେବାପରେ ମୃତଦେହ ପଡିଥିବା ଜମି ନିକଟରେ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ହୋଇଥିଲା। ଦିଗପହଣ୍ଡି ଥାନା ଏସଆଇ ମାଧବ ଚନ୍ଦ୍ର ଟାକରିଙ୍କ ସହ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ. ୫/୨୦ ଅନୁଯାୟୀ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡିଛି।

   Related Posts