Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବିଲରୁ ଚାଷକାମ ସାରି ଫେରୁଥିବା ବେଳେ ପାଣିରେ ଭାସିଗଲେ ଯୁବକ, ମୃତଦେହ ଉଦ୍ଧାରକଲା ଦମକଳବାହିନୀ

8/08/2019 at 3:23 PM

ନିଶ୍ଚିନ୍ତକୋଇଲି ୮|୮: କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ରାମକୃଷ୍ଣପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଚାଷ ଜମିରେ କାମ କରିବା ପରେ ଘରକୁ ଫେରୁଥିବା ପାଣିରେ ବୁଡି ଯୁବ ଚାଷୀଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କ ମୃତଦେହ ଦମକଳ ବାହିନୀ ଉଦ୍ଧାର କରିଛି ।

ସୂଚନାଯୋଗ୍ୟ ଯେ, କିଶୋର ରାଉତ ନାମକ ଯୁବକ ଚାଷକାମ ପାଇଁ ବିଲକୁ ଯାଇଥିଲେ । କାମସାରି ଫେରିବା ସମୟରେ ଭେଡା ରାମକୃଷ୍ଣପୁର ମନ୍ଦିର ନିକଟରେ ଥିବା ଏକ ପାଣି ଯୋରିରେ ଗୋଡ ହାତ ଧୋଉଥିବା ବେଳେ ଗୋଡ ଖସିଗଲା ।

ଖବର ପାଇ କୁଆଁପାଳରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି କିଶୋର ରାଉତଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଅଂଚଳରେ ଏହି ଯୁବ ଚାଷୀଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳିଯାଇଛି । ଘଟଣା ସମ୍ପର୍କରେ କିଶୋରଙ୍କ ବାପା ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ।

   Related Posts