ଋଣ ବୋଝ ସହି ନପାରି କୀଟନାଶକ ପିଇ ଆତ୍ମହତ୍ୟା କଲେ ଚାଷୀ

Published By : Prameya-News7 Bureau | September 18, 2019 IST

ଭଣ୍ଡାରିପୋଖରୀ୧୮|୯: ଋଣ ବୋଝ ସହି ନପାରି ବିଷ ପିଇ ଆତ୍ମହତ୍ୟା ଅଭିଯୋଗ । ବିଲ ରେ ପକାଇବା ପାଇଁ ଆଣିଥିବା ବିଷ ପିଇ ଦେଇ ବିଲରେ ପଡିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ଚିକିସ୍ଛାଧୀନ ଅବସ୍ଥାରେ ଚାଷୀଙ୍କର ମୃତ୍ୟୁ ହୋଇଛି ।

{"id":159279}

ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦେଉଳିଡିହ ଗାଁର ନୂଆପାଟଣା ସାହି ଅଞ୍ଚଳରେ । ଅଭିଯୋଗ ଅନୁଯାୟୀ ନୂଆପାଟଣାସାହିର ଉମାକାନ୍ତ ଲେଙ୍କା ବମକୁରା ସେବାସମବାୟ ସମିତିରୁ ଚାଷ ପାଇଁ ଚାଳିଶ ହଜାର ଟଙ୍କା ଋଣ ଆଣିବା ସହ ହାତ ଉଧାରୀ ମଧ୍ୟ କରିଥିଲେ । ବଡ ଝିଅର ବାହାଘର ସହ ଅଦିନିଆ ବର୍ଷା ରେ ଚାଷରେ ବ୍ୟାପକ କ୍ଷତି ଯୋଗୁଁ ସେ ହତାଶ ଓ ଚିନ୍ତିତ ହୋଇପଡିଥିଲେ ।

{"id":159280}

ହାତ ଉଧାରୀ ସହ ଋଣ ପରିଶୋଧ କରିବାରେ ସକ୍ଷମ ହୋଇନଥିବାରୁ ନିଜ ବିଲ ରେ ଚାଷ ପାଇଁ ଆଣିଥିବା କୀଟନଶକ ପିଇ ଦେଇଥିଲେ । ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  

{"id":159281}

ଅବସ୍ଥା ଗୁରୁତର ହେବାରୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିସ୍ଛାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଉମାକାନ୍ତଙ୍କ ମୃତ୍ୟୁ ଖବର ପ୍ରଚାର ପରେ ଗାଁ ରେ ଉତ୍ତେଜନା ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.