ଯାଜପୁରରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ
26/09/2018 at 2:43 PM

ଯାଜପୁର ୨୬|୯: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅଭୟପୁର ପଞ୍ଚାୟତରେ ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ । ମଙ୍ଗରାଜପୁର ଗାଁର ଜୟରାମ ବଳଙ୍କ ବଡପୁଅ ଗୌରାଙ୍ଗ ବଳ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଋଣ ସୁଝି ନପାରି ସେ ଆତ୍ମହତ୍ୟା କରିଥିବା ପରିବାରଲୋକ ସନ୍ଦେହ କରୁଛନ୍ତି । ଏପରିକି ଗୌରାଙ୍ଗଙ୍କ ସ୍ତ୍ରୀ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ଧାନ ଚାଷ ପାଇଁ ଋଣରେ ଟଙ୍କା ଆଣିଥିଲେ । ତେବେ ଋଣ ଭାର ଯୋଗୁଁ ବା ପ୍ରକୃତରେ କେଉଁ କାରଣରୁ ଗୌରାଙ୍ଗ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନି । ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରୁଛି ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021