ମଣ୍ଡି ସମସ୍ୟା ନେଇ ଚାଷୀଙ୍କ ରାସ୍ତାରୋକ

Published By : Prameya-News7 Bureau | January 18, 2019 IST

ନରସିଂହପୁର ୧୮|୧: ମଣ୍ଡି ସମସ୍ୟାକୁ ନେଇ ତାତିଲେ ଚାଷୀ । କଟକ ଜିଲ୍ଲା ନରସିଂହପୁର କୋକଳବା ଠାରେ ଚାଷୀମାନଙ୍କ ଦ୍ବାରା ରାସ୍ତାରୋକ କରାଯାଇଛି । ରାସ୍ତାରେ ଧାନ ଢାଳି ଓ ବସ୍ତା ରଖି ଚାଷୀମାନେ ଧାରଣାରେ ବସିଛନ୍ତି । ମଣ୍ଡିରୁ ମିଲର ଧାନ ନ ନେବା ପ୍ରତିବାଦରେ ଚାଷୀମାନେ  ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଅବରୋଧ ଯୋଗୁଁ କମଳାଡିହ ନରସିଂହପୁର ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି ।

{"id":75227}

ବହୁ ଦିନ ହେବ ଚାଷୀମାନେ ମଣ୍ଡିକୁ ଧାନ ନେଉଥିଲେ ମଧ୍ୟ ମିଲରମାନେ ନାନା ଆଳ ଦେଖାଇ ମଣ୍ଡିରୁ ଧାନ ନେଉନାହାନ୍ତି । ଫଳରେ ଋଣ କରଜ କରି ଧାନ ଚାଷ କରିଥିବା ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଚାଷୀମାନଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଚାଷୀମାନ ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.