Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଧାନର ଅଭାବି ବିକ୍ରିକୁ ନେଇ ତାତିଲେ ଚାଷୀ ; ଶତାଧିକ ଚାଷୀଙ୍କ ରାସ୍ତା ଅବରୋଧ

10/01/2019 at 12:48 PM

ମାଲକାନଗିରି ୧୦|୧:  ଧାନର ଅଭାବୀ ବିକ୍ରିକୁ ନେଇ ମାଲକାନଗିରିରେ ତାତିଲେ ଚାଷୀ । ପଦ୍ମଗିରି ଛକରେ ଶତାଧିକ ଚାଷୀ ରାସ୍ତାରୋକ କରିବା ସହ ଆନ୍ଦୋଳନ କରିଛନ୍ତି । ଜିଲ୍ଲାର ୬୪ଟି ଧାନ ମଣ୍ଡିରେ ଶହ ଶହ ବସ୍ତା ଧାନ ପଡିରହିଥିବା ବେଳେ ଜିଲ୍ଲା ପ୍ରଶାସନ ସେସବୁ ଉଠାଇବା ଲାଗି ବ୍ୟବସ୍ତା ଗ୍ରହଣ କରୁନାହିଁ । ଧାନର ମାନ କମ୍ ରହିଥିବା ଦର୍ଶାଇ ମିଲରମାନେ ବସ୍ତା ପିଚ୍ଛା ୧୦ କିଲୋଗ୍ରାମ କାଟୁଥିବା ଅଭିଯୋଗ ହୋଇଛି । ଏମିତି କି ଚାଷିମାନେ ଭୋକ ଉପାସରେ ଦିନ ରାତି ଧାନ ମଣ୍ଡିରେ ଜଗି ରହିବା ପରେ କମ୍ ଦରରେ ଦଲାଲଙ୍କ ପାଖରେ ଧାନ ବିକ୍ରି କରିବା ଲାଗି ବାଧ୍ୟ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଚାଷୀଙ୍କ କଥା ନଶୁଣିବାରୁ ଶେଷରେ ଚାଷୀ ମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନକୁ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ସମର୍ଥନ କରିଛି । ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ମାଲକାନଗିରି ଜୟପୁର ମଧ୍ୟରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ପଦ୍ମଗିରି ରାସ୍ତାରେ ଅନେକ ଯାନବାହାନ ଅଟକି ରହିଛି । ରାସ୍ତାରୋକ ପରେ ମାଲକାନଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷିଙ୍କୁ ବୁଝାସୁଝା କରିଛନ୍ତି । ତେବେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଦୂର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି  ଆଦିବାସୀ ମହାସଂଘ ଚେତାବନୀ ଦେଇଛି ।

   Related Posts