ରାଜରାସ୍ତାରେ ପୁଣି ଚାଷୀ, ଧାନବସ୍ତା ରଖି ରାସ୍ତା ଅବରୋଧ

Published By : Prameya-News7 Bureau | February 06, 2020 IST

ମାଲକାନଗିରି ୦୬।୦୨: ପୁଣି ରାଜରାସ୍ତାର ଚାଷୀ । ମଣ୍ଡିରେ ଟୋକନ୍‌ ସମସ୍ୟା ନେଇ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡାକ ଚାଷୀମାନେ ରାସ୍ତାରୋକ ଆନ୍ଦୋଳନ ଜାରି ରଖିଛନ୍ତି । ରାସ୍ତା ବନ୍ଦ ଯୋଗୁଁ ଯାତାୟତ ଠପ୍ ରହିଛି ।

ମାଲକାନଗିରିରେ ଟୋକନ୍ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । କୋରୁକୋଣ୍ଡାରେ ଚାଷୀ  ରାସ୍ତା ରୋକ କରିଛନ୍ତି । ଚାଷୀଙ୍କ ଧାନ ବିକ୍ରି କରିବା ଲାଗି ମଣ୍ଡିରେ ଟୋକେନ୍ ମିଳୁନଥିବା ଅଭିଯୋଗ ହୋଇଛି । ଏହାସହ ଧାନର ଉପଯୁକ୍ତ ମୂଲ୍ୟ ନମିଳିବା ଭଳି ବହୁ ସମସ୍ୟାକୁ ନେଇ ଚାଷୀମାନେ  ତାତିଛନ୍ତି । ଧାନବସ୍ତା ରଖି  ମାଲକାନଗିରି ବାଲିମେଳା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଚାଷୀ ।  ଫଳରେ ବାଲିମେଳା ଠାରୁ  ମାଲକାନଗିରି ମଧ୍ୟରେ ଯାନ ବାହାନ ଚଳା ଚଳ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.