ଚାଷ ଜମିରୁ ଜଳ ନିଷ୍କାସନ ଏବଂ କ୍ଷତିପୂରଣ ଦାବିରେ ଚାଷୀଙ୍କ ରାସ୍ତାରୋକ
9/09/2018 at 11:57 AM

କେନ୍ଦ୍ରାପଡା ୯|୯: ଚାଷ ଜମିରୁ ଜଳ ନିଷ୍କାସନ ଏବଂ କ୍ଷତିପୂରଣ ଦାବିରେ କେନ୍ଦ୍ରାପଡାରେ ଚାଷୀମାନେ ରାସ୍ତାରୋକ କରିଛନ୍ତି। କ୍ଷତିପୂରଣ ଦାବିରେ ଓସ୍ତପୁର ଓ କଂସାର ପଞ୍ଚାୟତର ନାଗପୁର, ଦେପୁର, ରଘୁନାଥପୁର, ହଳଦୀଡିହ, ଏଣ୍ଡର ଓ ଫୋରଡା ପ୍ରଭୃତି ଗ୍ରାମର ଶତାଧିକ ଚାଷା ଟାୟାର ଜାଳି ଅବରୋଧ କରିଛନ୍ତି। ଲଘୁଚାପ ଜନିତ ବର୍ଷା ଯୋଗୁ ଜିଲ୍ଲାର ୫ ଶହ ଏକରରୁ ଅଧିକ ଜମି ଜଳମଗ୍ନ ହୋଇ ରହିଛି। ପାଣି ଜମି ରହିଥିବାରୁ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି।