ମଣ୍ଡିରୁ ଉଠୁନି ଧାନ, କଳାହାଣ୍ଡିରେ ଚାଷୀଙ୍କ ଆନ୍ଦୋଳନ
11/06/2019 at 9:30 AM

କଳାହାଣ୍ଡି ୧୧|୬: ଧାନ ଉଠାଣ ଦାବିରେ ଚାଷୀଙ୍କ ରାସ୍ତାରୋକ । କଳାହାଣ୍ଡି ଜିଲ୍ଲା କଲମପୁର ମଣ୍ଡିରୁ ଉଠିପାରୁନି ଧାନ । ପ୍ରତିବାଦରେ କଲମପୁର ତହସିଲ ଅଫିସ ସମ୍ମୁଖରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରି ବସିଛନ୍ତି ଚାଷୀ । ଫଳରେ ଜୁନାଗଡ କଲମପୁର ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
