ଚାଷୀଙ୍କ ଚକାଜାମ୍ : କୋକସରା ବ୍ଲକ୍ କୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ସଚେତନ ଚାଷୀ ସଂଗଠନ ପକ୍ଷରୁ ଅର୍ଥନୈତିକ ଅବରୋଧ

Published By : Prameya-News7 Bureau | December 08, 2018 IST

କଳାହାଣ୍ଡି ୦୮|୧୨:  କଳାହାଣ୍ଡିଜାତୀୟ ରାଜପଥ ୨୬ ଆମ୍ବପାଣିଠାରେ ଚାଷୀଙ୍କ ପକ୍ଷରୁ ରାସ୍ତା ଅବରୋଧ । କୋକସରା ବ୍ଲକ୍ କୁ ସଂପୂର୍ଣ୍ଣମରୁଡି ଘୋଷଣା ଦାବିରେ ସଚେତନ ଚାଷୀ ସଂଗଠନ ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି । ଜୟପୁର-ଭବାନୀପା।ଟଣାମଧ୍ୟରେ  ଯାତାୟତ ବାଧାପ୍ରାପ୍ତ ହୋଇଛି । କୋକସରାବ୍ଲକ୍ ର ୨୨ ଗୋଟି ପଚଂ।ୟତରେ  ଜଳସେଚନ ସୁବିଧା ନଥିବାବେଳେ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି ।

{"id":61908}

ଚଳିତବର୍ଷ ବର୍ଷ। ବିଳମ୍ବ ଯୋଗୁଁ ଧାନ ଅମଳ ପୂର୍ବରୁପାଣି ଅଭାବରେ ଚାଷ ନଷ୍ଟ ହୋଇଯାଇଛି । ଫଳରେ ସଂପୂର୍ଣ୍ଣ ବ୍ଲକ୍ କୁ ମରୁଡି ଘୋଷଣା ଦାବିରେ ଚାଷୀସଂଗଠନ ରାଜନୌତିକ ଦଳ ଏକତ୍ରିତ ଭାବେ ଦାବି କରି ଆସୁଛନ୍ତି । ବ୍ଲକ୍ ରୁ ଚଳିତ ବର୍ଷ ୩ଗୋଟି ଚାଷୀଆତ୍ମହତ୍ୟା ମାମଲା ଅଭିଯୋଗ ସତ୍ବେ ଚାଷୀଙ୍କ ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ନଥିବାରୁଚାଷୀ ରାଜରାସ୍ତାକୁ ଓଲ୍ଲାଇଛନ୍ତି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.