କୃଷି ବିଧେୟକ-୨୦୨୦ : ବିଲ୍କୁ ବିରୋଧ, କୃଷକଙ୍କ ସମର୍ଥନରେ ବାହାରିଲେ ପଞ୍ଜାବୀ କଳାକାର
22/09/2020 at 8:33 PM

ନୂଆଦିଲ୍ଲୀ, ୨୨ ।୦୯: କୃଷି ବିଲ୍କୁ ନେଇ ଏବେବି ଜାତୀୟ ରାଜନୀତି ସରଗରମ ରହିଛି । ଏହି ବିଲ୍କୁ ବିରୋଧ କରିବା ସହ କୃଷକଙ୍କ ସପକ୍ଷରେ ବାହାରିଛନ୍ତି ହରିୟାଣାର କଳାକାର ତଥା ଡ୍ୟାନ୍ସର ସପନା ଚୌଧରୀ । ଆହୁରି ଅନେକ ପଞ୍ଜାବୀ କଳାକାର ମଧ୍ୟ କୃଷକଙ୍କ ସପକ୍ଷରେ ବାହାରିଛନ୍ତି ।
ସପନା ଚୌଧରୀ କହିଛନ୍ତି ଯେ, ଯେଉଁମାନେ ନୋପୋଟିଜମ୍ ଉପରେ ପ୍ରଶ୍ନ କରୁଥିଲେ ସେମାନେ କୃଷକଙ୍କ ପାଇଁ ମଧ୍ୟସ୍ୱର ଉତ୍ତୋଳନ କରନ୍ତୁ । ସରକାର ଯଦି କୃଷକଙ୍କ କଥା ନଶୁଣିବେ ତେବେ କିଏ ଶୁଣିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଗାୟକ ତଥା ଅଭିନେତା ଦିଲଜିତ୍ ଦୋସଞ୍ଝ କହିଛନ୍ତି ଯେ, ଜୟ ଯବାନ, ଜୟ କିଷାନ । ସେହିପରି ଗୁରୁଦାସ ମନ୍ କହିଛନ୍ତି ଯେ, କୃଷକ ଥିଲେ ଭାରତ ଅଛି ।
जय जवान, जय किसान ✊🏽
— DILJIT DOSANJH (@diljitdosanjh) September 17, 2020
ସରଗୁନ୍ ମେହେତା ମଧ୍ୟ ଟ୍ୱିଟରରେ କୃଷକ-ବିଲକୁ ବିରୋଧ କରୁଥିବା କହିଛନ୍ତି । ଗାୟକ ଗିପି ଗ୍ରେଓ୍ୱାଲ୍ ମଧ୍ୟ କୃଷକ ବିଲ୍କୁ ବିରୋଧ କରି କୃଷକଙ୍କ ସମର୍ଥନରେ ବାହାରିଛନ୍ତି ।
Kisaan hai, teh Hindustaan hai 🙏🏽 Sarbat Da bhala hovey pic.twitter.com/EzJ4IINGmq
— Gurdas Maan (@gurdasmaan) September 19, 2020
#RePosted.
— Sargun Mehta (@sargun_mehta) September 17, 2020
ਕਿਸਾਨ ਬਚਾਓ ਦੇਸ਼ ਬਚਾਓ 🙏🏾
Kisaan Virodhi Bill Da Asi Sarey Virod Karde Haan . https://t.co/XreffgMD5L