Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବିଦ୍ୟୁତ ବିଲ୍ ସୁଝି ନ ପାରି କୃଷକଙ୍କ ଆତ୍ମହତ୍ୟା, ମୃତ୍ୟୁ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି, ଅଙ୍ଗପ୍ରତ୍ୟଙ୍ଗ ବିକି ଋଣ ସୁଝିବାକୁ ନିବେଦନ

2/01/2021 at 1:37 PM

ଭୋପାଳ,୦୨/୦୧ :   ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ଜଣେ କୃଷକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ୍ୟୁ ପୂର୍ବରୁ ସେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି । ଏହି ୫ ପୃଷ୍ଠାର ଚିଠିରେ ସେ କିଛି ହୃଦୟଥରା କଥା ଲେଖିଛନ୍ତି । ମୃତ୍ୟୁ ପରେ ସେ ତାଙ୍କର ସମସ୍ତ ଅଙ୍ଗ ବିକ୍ରି କରିବାକୁ ଚାହାଁନ୍ତି ଫଳରେ ୮୮୦୦୦ ଟଙ୍କାର ବିଦ୍ୟୁତ ବିଲ୍ ଭରଣା କରିହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସୂଚନାନୁସାରେ, କୃଷକଜଣଙ୍କ ବୁଧବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି । ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ରହିଛନ୍ତି । ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟୁତ କମ୍ପାନୀ କୃଷକଙ୍କର ଅଟାକଳକୁ ସିଲ୍ କରିଦେଉଛି । ଏପରିକି ତାଙ୍କ ବାଇକକୁ ମଧ୍ୟ କମ୍ପାନୀ ଜବତ କରିନେଇଥିଲା ।

ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ବିଦ୍ୟୁତ କମ୍ପାନୀ ତାଙ୍କୁ ମାନସିକ ଚାପ ପକାଉଥିଲେ । ଅଟାକଳ ଓ ବାଇକ ଜବତ୍ ହେବା ପରେ ସେ ଚାପରେ ରହୁଥିଲେ । ତେଣୁ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ମଧ୍ୟ ସେ ଭଲ ଚାଷ ହୋଇନଥିବାରୁ ବିଦ୍ୟୁତ ବିଲ୍ ପୈଠ କରିପାରି ନଥିଲେ । ମାସକୁ ୩ରୁ ୪୦୦୦ ବିଲ୍ ଆସୁଥିଲା । ହଠାତ ଏହା ୮୮୦୦୦ରେ ପହଁଚି ଯାଇଥିଲା । କୌଣସି ସମୟ ନଦେଇ ବିଦ୍ୟୁତ କମ୍ପାନୀ ଲିଗାଲ୍ ନୋଟିସ୍ ପଠାଇ ଅଟାକଲ ଓ ବାଇକକୁ ସିଜ୍ କରିଥିଲେ । ସେ ଟଙ୍କା ପୈଠ ପାଇଁ ସମୟ ମାଗିଥିଲେ ମଧ୍ୟ କମ୍ପାନୀ କର୍ମଚାରୀମାନେ କିଛି ଶୁଣିନଥିଲେ । ଫଳରେ ବାଧ୍ୟ ହୋଇ ସେ ଜୀବନ ହାରିଥିଲେ ।

ମୃତ୍ୟୁ ପୂର୍ବରୁ କୃଷକଜଣଙ୍କ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ବଡ ବଜ ରାଜନେତାମାନେ ଦୁର୍ନୀତି କରି ଖସି ଯାଉଛନ୍ତି । ସେମାନଙ୍କ ବିରୋଧରେ ସରକାର ଆକ୍ସନ ନେଉନାହାଁନ୍ତି । ଗରିବ ଲୋକ ହିଁ ଲୋନ୍ ଚାପରେ ହନ୍ତସନ୍ତ ହେଉଛନ୍ତି । ସର୍ବସାଧାରଣରେ ଅପବାଦ ମୁଣ୍ଡାଇବାକୁ ପଡୁଛି । ତାଙ୍କ ମୃତ୍ୟୁ ପରେ ଶରୀରର ଅଙ୍ଗକୁ ବିକ୍ରି କରି ବିଦ୍ୟୁତ ବିଲ୍ ପୈଠ କରିବାକୁ କହିଛନ୍ତି ।

ମାତଗୁଭା ପୋଲିସ ଅଧିକାରୀ କମଲଜିତ୍ ସିଂ କହିଛନ୍ତି ଯେ, ସେମାନେ ଏକ ଚିଠି ପାଇଛନ୍ତି । ମୃତ ଚାଷୀଙ୍କ ବାପା ଓ ଭାଇ ତାଙ୍କୁ ବିଲ୍ ଚାପର ଶିକାର ନହେବାକୁ କହିଥିଲେ । କିନ୍ତୁ ତାଙ୍କ ପତ୍ନୀ ବାପଘରୁ ଆସିବା ପରେ ଘରେ ଝଗଡା ହୋଇଥିଲା । ପରେ କୃଷକଜଣଙ୍କ ଏପରି ପଦକ୍ଷେପ ନେଇଥିଲେ ।

ଏହି ପ୍ରସଙ୍ଗରେ କଂଗ୍ରେସ କିନ୍ତୁ ରାଜ୍ୟ ସରକାରଙ୍କୁ ଘେରିଛି । ବିଭିନ୍ନ ବିଦ୍ୟୁତ କମ୍ପାନୀ ଗରିବ ଚାଷୀ ଓ ଦିନ ମଜୁରିଆଙ୍କ ଉପରେ ବିଲ୍ ପଇଠ ପାଇଁ ଚାପ ପକାଉଥିବା ଦଳ ଅଭିଯୋଗ କରିଛି । ସେହିପରି ଛତ୍ରପୁର ଜିଲ୍ଲାପାଳ ମୃତକଙ୍କ ପରିବାରକୁ ୨୫୦୦୦ ଟଙ୍କାର କ୍ଷତିପୂରଣ ପ୍ରଦାନ କରିଛନ୍ତି ।

   Related Posts