ଧାରଣାସ୍ଥଳରେ ଜୀବନ ହାରିଲେ ଆଉ ଜଣେ ଚାଷୀ, ପାଇଖାନାରେ ବେକରେ ରଶି ଲଗାଇ ଝୁଲି ପଡିଲେ, ସୁଇସାଇଡ୍ ନୋଟରେ କେନ୍ଦ୍ର ସରକାରଙ୍କୁ କଲେ ଦାୟୀ

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ,୦୨/୦୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି । କୃଷକମାନେ ଅସହ୍ୟ ଥଣ୍ଡା ଓ କାକରକୁ ଭୃକ୍ଷେପ ନକରି ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣା ଦେଉଛନ୍ତି । ଏହି ଧାରଣା ୩୦ ଦିନରୁ ଅଧିକ ଦିନ ହେବ ଜାରି ରହିଛି । ତେବେ ଉତ୍ତର ପ୍ରଦେଶର ଗାଜିପୁରରେ ଧାରଣା ଦେଉଥିବା ଜଣେ କୃଷକ  ପାଇଖାନାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟ ମଟର୍ମ ପାଇଁ ପଠାଇଛି ।

ଆତ୍ମହତ୍ୟା କରିଥିବା କୃଷକ ହେଲେ କାଶ୍ମୀର ସିଂ । ସେ ଉତ୍ତର ପ୍ରଦେଶ ରାମପୁରର ବାସିନ୍ଦା ଅଟନ୍ତି । ଅନ୍ୟ କୃଷକମାନେ ତାଙ୍କୁ ପପୁ ବୋଲି ଡାକୁଥିଲେ । ସୂତ୍ରାନୁସାରେ, ମୃତ୍ୟୁ ପୂର୍ବରୁ କାଶ୍ମୀର ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି । ଏଥିରେ ସେ କେନ୍ଦ୍ର ସରକାରଙ୍କୁ  ଦୋଷାରୋପ କରିଛନ୍ତି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଭାରତୀୟ କିଷାନ ସଙ୍ଘ ନେତା ରାକେଶ ଟିକୈତଙ୍କ କହିବାନୁସାରେ, ଆତ୍ମହତ୍ୟା କରିଥିବା କୃଷକ ଧାରଣ ସ୍ଥଳରେ ହିଁ ତାଙ୍କୁ କବର ଦେବାକୁ ସୁଇସାଇଡ୍ ନୋଟରେ ଲେଖିଛନ୍ତି । ତେବେ କାଶ୍ମୀରଙ୍କ ଆତ୍ମହତ୍ୟା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ୩୦ରୁ ଅଧିକ କୃଷକ ଆତ୍ମହତ୍ୟା କଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.