ବଲାଙ୍ଗିର କୁଲିଆଦରା ଗାଁର ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ
23/08/2018 at 5:22 PM

ବଲାଙ୍ଗିର କୁଲିଆଦରା ଗାଁର ଜଣେ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ । କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଭଗତ ସଗରିଆ । ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଗତ ନିଜ ଜମିରେ ଏବଂ ଭାଗ ଚାଷୀ ହିସାବରେ ଧାନ କପା ଚାଷ କରିଥିଲେ । ତେବେ କପା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ପାଣି ଅଭାବରୁ ଧାନ ରୁଆ ସମୟରୁ କ୍ଷତି ହୋଇଥିଲା । ଆଜି ସକାଳ କ୍ଷେତକୁ ଯାଇ କପାରେ ଦିଆଯାଉଥିବା କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଭଗତ କଣ୍ଟାବାଞ୍ଜି ଅଞ୍ଚଳରୁ ହାତ ଉଧାରି ଆଣି ପାଖା ପାଖି ଏକ ଲକ୍ଷ ଟଙ୍କା ଚାଷରେ ଖର୍ଚ୍ଚ କରିଥିଲେ। ଚାଷରେ କ୍ଷତି ଯୋଗୁଁ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତି ଯାଇଥିଲା ଭଗତ।
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021