‘କାଳିଆ’ ଯୋଜନାକୁ ବିରୋଧ କରି ରାଜବୋଡାସମ୍ବର କୃଷକ ସଂଗଠନର ଦୁଇ ଘଣ୍ଟା ରାସ୍ତା ଅବରୋଧ

Published By : Prameya-News7 Bureau | December 28, 2018 IST

ପଦ୍ମପୁର ୨୮|୧୨:  କାଳିଆ ଯୋଜନାକୁ ବିରୋଧ କରି ବରଗଡ ଜିଲ୍ଲା ପଦ୍ମପୁରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଆଜି ବନ୍ଦ କରିଥିଲା ରାଜବୋଡାସମ୍ବର କୃଷକ ସଂଗଠନ । ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ‘କାଳିଆ’ ଯୋଜନା କିଛି କାମକୁ ନୁହେଁ  । କ୍ଷୁଧାର୍ତ୍ତ  ଲୋକଙ୍କୁ ଚା କପେ ଦେଇ ସନ୍ତ୍ବନା ଦେବା ଭଳିଆ କାଳିଆ ଯୋଜନା କରି ସରକାର ମୂଲ ଦାୟିତ୍ବରୁ ଖସିଯାଉଛନ୍ତି । ଏଭଳି ଅଭିଯୋଗ କରି କାଳିଆ ଯୋଜନାକୁ ବିରୋଧ କରିଛନ୍ତି ଓଡିଶାର ସମସ୍ତ କୃଷକ ସଂଗଠନ ।

{"id":68033}

ଆଜି ବରଗଡ ଜିଲ୍ଲାର ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ କାଳିଆ ଯୋଜନାକୁ ତୀବ୍ର ବିରୋଧ କରି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆହ୍ବାନରେ ଦୁଇଟି ମୁଖ୍ୟ ଦାବି ଓ ଚାରିଗୋଟି ଅନ୍ୟାନ୍ୟ ଦାବି ଯଥା ସମ୍ପୂର୍ଣ୍ଣ କୃଷି ଋଣ ଛାଡ, ଧାନର କ୍ବିଣ୍ଟାଲ ପିଛା ଦର ୨୯୩୦ ଟଙ୍କାକୁ ବୃଦ୍ଧି, ଧାନ ମଣ୍ଡି ଅବ୍ୟବସ୍ଥା ଠିକ୍ କରିବା, ଇନପୁଟ୍ ସବସିଡିର ସମୀକ୍ଷା ଓ ସୁଧାର କାରବା, ୨୦୧୭ ମସିହାର ବକେୟା ବୀମାରାଶି ପ୍ରଦାନ ଏବଂ ଚାଷୀଙ୍କୁ ପେନସନ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରାଯାଇଥିଲା । ବରଗଡ ପଦ୍ମପୁର ମୁଖ୍ୟରାସ୍ତାକୁ କନସିଂହା ଛକଠାରେ, ପାଟଣାଗଡ ପଦ୍ମପୁର ରାସ୍ତାକୁ ଦହିତା ଠାରେ, ପାଇକମାଲ ପଦ୍ମପୁର ରାସ୍ତାକୁ ଭୂଲିଆବନ୍ଧ ଠାରେ, ଗାଇସିଲେଟ ପଦ୍ମପୁର ରାସ୍ତାକୁ ଗୁଠୁର୍ଲାଠାରେ ଏବଂ ଜଗଦଲପୁର ପଦ୍ମପୁର ରାସ୍ତାକୁ ଧୂମାଭଟା ଛକଠାରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଦୁଇ ଘଂଟା ରାସ୍ତାରୋକ କରିଥିଲା ରାଜବୋଡାସମ୍ବର କୃଷକ ସଂଗଠନ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.