ଧାନ ଚାଷ ଜମିରୁ ପାଣି ନିଷ୍କାସନ ପାଇଁ ବନ୍ଧ ହାଣିଲେ ଚାଷୀ
19/11/2019 at 1:14 PM

ମହାକାଳପଡା ୧୯।୧୧: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ବାତ୍ୟା ବୁଲବୁଲ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷାଜଳ ଚାଷଜମିରୁ ପାଣି ଜମିବା ନେଇ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁନଥିବା ଅଭିଯୋଗ ଆଣି ନିଜେ ଚାଷୀମାନେ ବନ୍ଧକୁ ହାଣି ପାଣି ନିଷ୍କାସନ କରିଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ଧାନ ଚାଷ ଜମି ବ୍ୟାପକ କ୍ଷୟକ୍ଷତି ହୋଇଛି । ବୁଲୁବୁଲ ପ୍ରଭାବରେ ବର୍ଷ।ଜଳ ଜମିରୁ ନିଷ୍କାସନ ଏକ ମୁଖ୍ୟ ସମସ୍ୟା ପାଲଟିଛି । ପାଣି ନିଷ୍କାସନ ପାଇଁ କୋଚିଳା, ବ୍ରଜପୁର,କୋଠିଆ, ସରୁମୁହଁଠି ଗାଁର ହଜାର ହଜାର ଏକର ପାଚିଲା ଧାନ ପାଣିରେ ବୁଡି ରହିଛି । ଯାହାଫଳରେ ଧାନ ଫସଲ ହାନି ଘଟିବାରେ ଆଶଙ୍କା ଦେଖାଦେଇଛି । ପ୍ରଶାସନ ଏନେଇ ଗୁହାରି କରି ବିଫଳ ହେଲା ପରେ ଗୁପ୍ତଗିରି ,ପଲ୍ଲିଗଡ ରାସ୍ତାର ଗୁପ୍ତଗିରି ଠାରେ ଶତାଧିକ ଚାଷି କୋଦାଳ ଶାବଳ ଧରି ବନ୍ଧକୁ କାଟିଛନ୍ତି।

ଦୀର୍ଘଦିନ ଧରି ପାଣି ନିଷ୍କାସନ ସମସ୍ୟାରେ ବୁଡି ରହୁଛନ୍ତି ଏହି ଅଂଚଳର ଚାଷି । ଏହାର ସ୍ଥାୟୀ ପ୍ରତିକାର ପାଇଁ ଶଙ୍ଖଜୋର ଠାରେ ଏକ ସ୍ଲୁଇସ ଗେଟ ନିର୍ମାଣ ପାଇଁ ଚାଷି ମାନେ ଦାବି କରୁଛନ୍ତି । ମାତ୍ର ଚାଷିଙ୍କ କଥା କେହି ଶୁଣି ନଥିବା ଅଭିଯୋଗ ମଧ୍ୟ ଆସିଛି । ଆଜି ଚାଷୀମାନେ ଆଇନକୁ ହାତ ନେଇ ନିଜର ଜୀବିକା ବଂଚାଇବା ଯାଇ ଶେଷରେ ବନ୍ଧକୁ କାଟିଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ କରାନଗଲେ ଆଗମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ।