Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

‘ଅମିତାଭ ବଚ୍ଚନ’ଙ୍କ ଆକାଉଣ୍ଟକୁ ଆସିଲା ଓ ପୁଣି ଫେରିଗଲା pm ପଠାଇଥିବା ଟଙ୍କା

27/11/2019 at 5:33 PM

ବାରାବଙ୍କୀ ୨୭।୧୧ : ଉତ୍ତରପ୍ରଦେଶ ବାରାବାଙ୍କୀ ଜିଲ୍ଲାରେ ଜଣେ ଚାଷୀଙ୍କ ନାମକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଦ୍ୱିବିଧାରେ ପଡିବା ଯୋଗୁ ବିଚରା ଚାଷୀ ‘କିଷାନ ସମ୍ମାନ ନିଧି’  ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏହି ଯୋଜନାରେ ସାମିଲ ହେବା ଲାଗି ଚାଷୀ ଜଣକ ବ୍ୟାଙ୍କ ଅଫ ଇଣ୍ଡିଆରେ ତାଙ୍କର ଜମା ଖାତା ଖୋଲିଥିଲେ। ତାଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀଙ୍କ ଚାଷୀ କଲ୍ୟାଣ ଯୋଜନା ବାବଦ ଟଙ୍କା ବି ଆସିଥିଲା। ହେଲେ ଚାଷୀଙ୍କ ନାମକୁ ନେଇ କର୍ତ୍ତୃପକ୍ଷ ଟଙ୍କା ଫେରାଇ ନେଇଛନ୍ତି।

ମାମଲାର ଯାଞ୍ଚ ବେଳେ ଯାହା ଜଣାପଡିଲା ତାହା ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ବିସ୍ମିତ  କରିଛି। ଚାଷୀ ଅମିତାଭ ବଚ୍ଚନ ବାରାବାଙ୍କୀ ରାମପୁର ସ୍ୱରୂପ ୟୁନିଭର୍ସିଟି କ୍ୟାମ୍ପସରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ତିନ୍ଦୋଲା ବ୍ରାଞ୍ଚରେ ତାଙ୍କର ଆକାଉଣ୍ଟ ଖୋଲିଥିଲେ। ଏଥିଲାଗି ସେ ତାଙ୍କର ଆଧାର ପରିଚୟ ପତ୍ର ସମେତ  ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ । ତେବେ ସନ୍ଦେହ ଯୋଗୁ ତାଙ୍କ ଯୋଜନା ଟଙ୍କା ଫେରସ୍ତ ଚାଲିଯାଇଛି।

ତେବେ ଯାଞ୍ଚ ବେଳେ କିଷାନ ସମ୍ମାନ ନିଧି ଯୋଜନାରେ ପଞ୍ଜିକୃତ ଚାଷୀଙ୍କ କାଗଜପତ୍ରସଦର ତହସିଲ ମୁଖ୍ୟାଳୟକୁ ପଠାଯାଇଥିବା ବେଳେ ପଲହରୀ ଲେଖପାଳ ତାଙ୍କ ନାମ ସୂଚୀରୁ ବାଦ ଦେଇଥିବା ଜଣାପଡିଛି। ସେ ଚାଷୀଙ୍କ ସୂଚୀରେ ଅମିତାଭଙ୍କ ନାମ ରେକର୍ଡ ଥିବା ଦେଖି ଚମକି ପଡିଥିଲେ ଓ ତାଙ୍କ ନାମକୁ ସୂଚୀରୁ ବଲିଉଡ ଷ୍ଟାର ଭାବି ବାଦ ଦେଇଥିଲେ । ଏଣୁ ବଲିଉଡ ଷ୍ଟାର ଅମିତାଭ କିଷାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ନେଇ ଗୁଜବ ପ୍ରଚାରିତ ହୋଇଥିବା ବେଳେ ବାସ୍ତବ ଚାଷୀଟିର ନାମ ଯୋଜନା ହିତାଧିକାରୀ ସୂଚୀରୁ କଟିଯାଇଥିଲା । ତେବେ ଯାଞ୍ଚ ପରେ ପୁଣି ଅମିତାଭଙ୍କୁ ପୁଣି ହିତାଧିକାରୀ ସୂଚୀରେ ସାମିଲ କରାଯାଇଥିବା ଜଣାପଡିଛି।   

   Related Posts