Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ବର୍ଷା ଯୋଗୁଁ ଚାଷୀ ଆତଙ୍କିତ – ଚାଷୀଙ୍କ ପାଇଁ ଏହି ପରାମର୍ଶ ଦେଲା ଓଡିଶା କୃଷି ବିଶ୍ୱବିଦ୍ୟାଳୟ

5/11/2019 at 7:13 PM

ଭୁବନେଶ୍ୱର ୦୫।୧୧- ବଙ୍ଗୋପ ସାଗର ରେ ସୃଷ୍ଟି ଲଘୁଚାପା ବାତ୍ୟା ର ରୁପ ନେବାର ଆଶଙ୍କା ଦେଖା ଦେଇଛି । ଏଥିପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।ଏହାର ପ୍ରଭାବରେ ଧାନ ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । ଚାଷୀ ମାନେ ବହୁ କ୍ଷୟକ୍ଷତି ହବେ ଚିନ୍ତାରେ  ଚାଷୀ କୂଳ । କାରଣ କେଉଁଠି ଅମଳ ସମୟ ତ କେଉଁଠି ଧାନ ମଥା ନଇଁଲାଣି । ଆଉ କେଉଁଠି ଫୁଲ ଉଡାଉଛୁ ଧାନ । ଯଦି ଏ ସମୟରେ ବର୍ଷା, ପବନ ହେଲା ତେବେ କଥା ସରିଲା ।

ଚାଷୀକୁ ତର ନାହିଁ । କିଏ କ୍ଷେତରୁ ଖଳାକୁ ବୋହି ନେଉଛି ଧାନ କଳେଇ ତ କିଏ ତରବରରେ ବିଲ ମୁଣ୍ଡରେ ଗଦା ଦେବାରେ ବ୍ୟସ୍ତ । ଏ ଦୃଶ୍ୟ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଶଙ୍ଖପଡାର । ବର୍ଷା ଆସୁଥିବାରୁ ପାଚିଲା ଧାନକୁ ସୁରକ୍ଷିତ ରଖିବାକୁ ପ୍ରାଣପଣେ ଲାଗି ପଡିପଡିଛନ୍ତି ଶଙ୍ଖପଡାର ଚାଷୀ । ଆଠଗଡରେ ବି ସମାନ ଅବସ୍ଥା । ବିଲରୁ ବୋହି ଆଣି ରାସ୍ତା ଉପରେ ଧାନ କଳେଇ ଗଦା କରୁଛନ୍ତି ଚାଷୀ । ନହେଲେ ବର୍ଷକର ପରିଶ୍ରମ ଉଜୁଡି ଯିବ । ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ଉପକୂଳ ସମେତ ମୋଟ୍ ୧୫ ଜିଲ୍ଲାର ଚାଷୀ ଆତଙ୍କିତ ।

କେବଳ ଧାନ ଚାଷୀ ନୁହଁନ୍ତି, ପରିବା, ଡାଲି ଏବଂ ତୈଳବୀଜ ଜାତୀୟ ଫସଲ କରିଥିବା ଚାଷୀ ବି ସମ୍ଭାବ୍ୟ ବର୍ଷାକୁ ନେଇ ଆତଙ୍କିତ । ଏଭଳି ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପାଚି ଯାଇଥିବା ମଧ୍ୟମ କିସମ ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନକୁ ନେଇଯିବାରକୁ ପରାମର୍ଶ ଦିଆଯାଇଛି ।

ପାକଳ ଅବସ୍ଥାରେ ଥିବା ଚିନାବାଦାମ, ମୁଗ, ବିରି, ଉପାଡି ନିରାପଦ ସ୍ଥାନକୁ ନେଇ ଯାଆନ୍ତୁ । ଧାନ ଜମିରୁ ପାଣି ନିଷ୍କାସନ ପାଇଁ ମହାରା କରିବା ସହ ଏହାର ମୁହଁକୁ ଖୋଲା ରଖନ୍ତୁ । ଗେଣ୍ଡୁ, ଗୋଲାପ ଆଦି ଫୁଲର ମାନ ବର୍ଷାରେ ଖରାପ ହୋଇଯିବାର ସମ୍ଭାବନା ଥିବାରୁ ସେଗୁଡିକୁ ତୋଳି ଦିଅନ୍ତୁ । ଫୁଲକୋବି, ବନ୍ଧା କୋବି ତୋଳିବା ଅବସ୍ଥାରେ ଥିଲେ ତୋଳି ଦିଅନ୍ତୁ ।

ଫସଲ କ୍ଷେତରୁ ପାଣି ଛାଡ଼ିଗଲା ପରେ ରୋଗ ପୋକ ସମସ୍ୟା ଦେଖାଦେଲେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଔଷଧ ସିଞ୍ଚନ କରିବାକୁ କୁହାଯାଇଛି ।

ସେପଟେ ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନ ନଷ୍ଟ ନ ହେବ ଯେମିତି ତା ଉପରେ ଦୃଷ୍ଟି ଦେବା ଲାଗି ଯୋଗାଣ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

କୃଷି ବିଭାଗ ମଧ୍ୟ ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ସତର୍କ ରହିଛି । ଚାଷୀକୂଳ ଏହାକୁ ନେଇ ଆତିଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।

   Related Posts