Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଲୋକସଭାରେ ସୂଚୀବଦ୍ଧ ହେଲା ‘କୃଷି ଆଇନ ନିସ୍ତାରଣ ବିଧେୟକ-2021’, ସୋମବାର ସଦନରେ ହେବ ଉପସ୍ଥାପନ

27/11/2021 at 5:16 PM

ନୂଆଦିଲ୍ଲୀ ୨୭।୧୧: କୃଷି ଆଇନ ସମ୍ପର୍କିତ ବିଧେୟକ ‘କୃଷି ଆଇନ ନିସ୍ତାରଣ ବିଧେୟକ-୨୦୨୧’କୁ ଶନିବାର ସରକାର ଲୋକ ସଭାରେ ସୂଚୀବଦ୍ଧ କରିଛନ୍ତି। ସଂସଦର ଶୀତ ଅଧିବେଶନ ପ୍ରଥମ ଦିବସ ଅର୍ଥାତ ନଭେମ୍ବର ୨୯ ତାରିଖରେ ୩ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କିତ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଲୋକସଭାରେ ଉପସ୍ଥାପନ କରାଯିବା ନିଶ୍ଚିତ ହୋଇଯାଇଛି। ଲୋକସଭାର ଲିଷ୍ଟ ଅଫ ବିଜନେସ୍ ମୁତାବକ ସୋମବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ‘କୃଷି ଆଇନ ନିସ୍ତାରଣ ବିଧେୟକ ୨୦୨୧’କୁ ଗୃହରେ ଉପସ୍ଥାପିତ କରିବେ ବୋଲି ଜଣାପଡିଛି।

ଏହି ବିଧେୟକ ଉପରେ ସୋମବାର ଆଲୋଚନା କରି ଏହାକୁ ଗୃହୀତ କରାଇନେବା ସରକାରଙ୍କ ଆନ୍ତରିକ ଇଛା।  ଲୋକସଭାରେ ଗୃହୀତ ହେଲେ ବିଧେୟକ ରାଜ୍ୟସଭା ମଞ୍ଜୁରୀ ଲାଗି ଯିବ। ରାଜ୍ୟସଭାରେ ଗୃହୀତ ହେଲେ ଆଇନ ପ୍ରତ୍ୟାହାର ଲାଗି ବିଧେୟକକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନ ଅକାମୀ ହେବାର ମାର୍ଗ ପ୍ରଶସ୍ତ ହୋଇଯିବ। ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି କୃଷକ ଆନ୍ଦୋଳନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ନଭେମ୍ବର ୧୯ ତାରିଖ ଦିନ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ।

ଏହି ଘୋଷଣା ସହ ପ୍ରଧାନମନ୍ତ୍ରୀ ସଂସଦର ଆଗାମୀ ଶୀତ ଅଧିବେଶରେ ଏ ଥିଲାଗି ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆଇନକୁ ନିରସ୍ତ କରିବାକୁ ପଦକ୍ଷେପ ନେବେ ବୋଲି ମଧ୍ୟ ଚାଷୀଙ୍କୁ ଆଶ୍ୱାସନା ଦେଇଥିଲେ। ସେହି ଅନୁସାରେ ଗତ କ୍ୟାବିନେଟ୍ ବୈଠକରେ ଆଇନ ନିସ୍ତାରଣ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁର କରାଯାଇଥିବା ବେଳେ ସଂସଦରେ ଉପସ୍ଥାପନ ଲାଗି ଶନିବାର ସୂଚୀବଦ୍ଧ ମଧ୍ୟ କରାଯାଇଛି। ଏଥିରୁ ୩ ବିବାଦୀୟ କୃଷି ଆଇନକୁ ସରକାର ପ୍ରତ୍ୟାହାର କରିନେଉଥିବା ସ୍ପଷ୍ଟ ହୋଇଯାଇଛି।  

   Related Posts