ହାତୀ ଆକ୍ରମଣରେ ଫାର୍ମ ହାଉସ୍ କେୟାର ଟେକର୍ ଗୁରୁତର

Published By : Prameya-News7 Bureau | October 09, 2019 IST

ଖୋର୍ଦ୍ଧା ୯।୧୦: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଗାଁରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଟାଙ୍ଗି ରେଞ୍ଜ୍ ଫାର୍ମ ହାଉସ୍ ର କେୟାର ଟେକର୍ ପଙ୍କଜ ବିଶ୍ବାଳ ।

{"id":167804}

ସୂଚନାଯୋଗ୍ୟ ଯେ, ଫାର୍ମ ହାଉସ୍ ନିକଟ ବିଲକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଏହାସହ ରାମେଶ୍ବର ସ୍ଥିତ ଫାର୍ମ ହାଉସ୍ ରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ । ଗତ କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.