ରାଜ୍ୟସଭାର ନିଲମ୍ବନ ସଦସ୍ୟଙ୍କ ସମର୍ଥନରେ ଲୋକସଭା ଅଧିବେଶନକୁ ବହିଷ୍କାର କଲେ ବିରୋଧୀ

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ  ୨୨।୦୯: ରାଜ୍ୟସଭାର ନିଲମ୍ବିତ ସାଂସଦଙ୍କ ସମର୍ଥନରେ ପୂରା ବିରୋଧୀ ଏକଜୁଟ୍ ହୋଇ ଯାଇଛନ୍ତି। କଂଗ୍ରେସ ନେତୃତ୍ଵରେ ବିରୋଧୀ ସାଂସଦ ଲୋକସଭା ଅଧିବେଶନକୁ ବହିଷ୍କାର କରଛନ୍ତି। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି କୃଷକଙ୍କ ସଂପର୍କିତ ପ୍ରସଙ୍ଗରେ ଆମ ପାର୍ଟି ଏବଂ ସମସ୍ତ ବିରୋଧୀ ଦଳ ଲୋକସଭାର ଗୃହକାର୍ଯ୍ୟକୁ ବହିଷ୍କାର କରୁଛୁ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡା କହିଛନ୍ତି ସରକାର ଓ ବିରୋଧୀଙ୍କୁ ଏକାଠି ବସି ଗୃହ କେମିତି ଚାଲିବ ଆଲୋଚନା କରିବା ଉଚିତ୍।

ଏହା ପୂର୍ବରୁ ରାଜ୍ୟସଭାରେ ମଙ୍ଗଳବାର କଂଗ୍ରେସ ନେତୃତ୍ଵରେ ଅନେକ ବିରୋଧୀ ଦଳ କକ୍ଷତ୍ୟାଗ କରିଛନ୍ତି ଏବଂ ଆଠ ବିରୋଧୀ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଗୃହକାର୍ଯ୍ୟକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ସରକାର କହିଛନ୍ତି ମର୍ଯ୍ୟାଦାହୀନ ବ୍ୟବହାର କରିଥିବା ସାଂସଦଙ୍କୁ ପ୍ରଥମେ କ୍ଷମା ମାଗିବା ଉଚିତ୍। ଏହା ପରେ ଯାଇ ସେମାନଙ୍କର ନିଲମ୍ବନ ରଦ୍ଦ ଉପରେ ବିଚାର କରାଯିବ।

ଏହା ପୂର୍ବରୁ ରାଜ୍ୟସଭାରେ  ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦ ଆଠ ନିଲମ୍ବିତ ସାଂସଦଙ୍କ ନିଲମ୍ଵନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ତାଙ୍କ ଦଳର ସରକାରଙ୍କଠାରେ ତିନୋଟି ଦାବି ରହିଛି। ସେ କହିଛନ୍ତି ସରକାର ଦ୍ଵିତୀୟ ବିଧେୟକ ଉପସ୍ଥାପିତ କରନ୍ତୁ ଏବଂ ଏହା ସୁନିଶ୍ଚିତ କରନ୍ତୁ ଯେ କୌଣସି ଘରୋଇ କମ୍ପାନୀ କୃଷକଙ୍କ ଫସଲଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ଠୁ କମ ଦରରେ କିଣି ପାରିବ ନାହିଁ। ଆଜାଦ ଦାବି କରିଛନ୍ତି ଏମଏସପିକୁ ସ୍ଵାମୀନାଥନ କମିଟିର ଫର୍ମୁଲା  ହିସାବରେ ନିର୍ଦ୍ଧାରଣ କରିବା ଉଚିତ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.