Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ସତର୍କ କଲେ ଟିକାୟତ ! କହିଲେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ପଡ଼ିବ କୃଷକ ଆନ୍ଦୋଳନର ପ୍ରଭାବ

2/06/2021 at 10:27 PM

ମୁରାଦାବାଦ ୨।୬: ଉତ୍ତରପ୍ରଦେଶ ବିଧାନସଭା ଲାଗି ୨୦୨୨ରେ ନିର୍ବାଚନ ଅନୁଷ୍ଠିତ ହେବ। ଏବେଠୁ ରାଜ୍ୟରେ ରାଜନୈତିକ ଗତିବିଧି ବଢିବାରେ ଲାଗିଲାଣି।  ଭାରତୀୟ କିଷାନ ୟୁନିୟନ( ବିକେୟୁ) ନେତା ରାକେଶ ଟିକାୟତ ବିଧାନସଭା ନିର୍ବାଚନ ଉପରେ ବିବାଦୀୟ କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଗୁରୁତର ପ୍ରଭାବ ପକାଇବ କହିଛନ୍ତି। ରାଜ୍ୟରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଏହା ପ୍ରମାଣିତ କରିସାରିଛି। ରାଜ୍ୟ ବିଜେପି ଏବେ ରଣନୀତି ଓ ନେତା ବଦଳାଇବାକୁ ଚିନ୍ତା କରୁଛି। ଏଥିରେ ଯଦି ସରକାର ନିଜ ମାନସିକତାରେ ପରିବର୍ତ୍ତନ ନ କରନ୍ତି ତେବେ ଏହାର ଦୁଷ୍ପରିଣାମ ରାଜ୍ୟରେ ବିଜେପିକୁ ନିଶ୍ଚିତ ଭୋଗିବାକୁ ପଡିବ ବୋଲି ସେ ବୁଧବାର ସତର୍କ କରିଦେଇଛନ୍ତି।

କୃଷି ଆଇନ ବିରୋଧରେ ଗତ ଏକ ସପ୍ତାହ ହେଲା ମୁରାଦାବାଦ-ଲକ୍ଷ୍ନୌ ଜାତୀୟ ରାଜମାର୍ଗ ଟୋଲ ପ୍ଲାଜା ନିକଟରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବୁଧବାର ବିକେୟୁ ନେତା ଚାଷୀଙ୍କ ସମର୍ଥନରେ ଆନ୍ଦୋଳନ ସ୍ଥଳକୁ ପହଞ୍ଚିଥିବା ବେଳେ ଟୋଲ ପ୍ଲାଜାକୁ ୨ ଘଣ୍ଟା ଲାଗି ଶୁଳ୍କ ମୁକ୍ତ କରିଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବାମାତ୍ରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ପହଞ୍ଚି ଟିକାୟତଙ୍କ ସହ ଆଲୋଚନା କରିଥିଲେ। ମୁରାଦାବାଦରେ ଚାଷୀଙ୍କୁ ଦିଆଯାଇଥିବା ନୋଟିସ୍‌କୁ ଟିକାୟତ ତ୍ରୁଟିପୂର୍ଣ୍ଣ ଓ ଦୁର୍ଭାବନାପୂର୍ଣ୍ଣ ବୋଲି କହିବା ସହ ସେ ଚାଷୀଙ୍କ ଆନ୍ଦୋଳନରେ ନିଜକୁ ସାମିଲ କରିଥିବାର କହିଥିଲେ।

ଏହାପରେ ଟିକାୟତ ରାମପୁରର ରଜବରପୁର ଯାଇ ଚାଷୀଙ୍କୁ ଭେଟିଥିଲେ। ୩ କୃଷି ଆଇନକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନଙ୍କ ସହ ତୁଳନା କରିଥିଲେ। କିମ ଜୋଙ୍ଗ ଉତ୍ତର କୋରିଆର ବାଦଶାହ  ହୋଇଥିବା ବେଳେ ଭାରତରେ ମଧ୍ୟ ନରେନ୍ଦ୍ର ମୋଦି ତାଙ୍କ ଭଳି ବାଦଶାହ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କହିଛନ୍ତି।  ଦେଶରେ ଅଭିବ୍ୟକ୍ତିର ଅଧିକାର ନାହିଁ।  ଏଣୁ କଲମ ଉପରେ ମଧ୍ୟ ଅଘୋଷିତ ପହରା ଲାଗିଛି । ଦେଶରେ ବାଦଶାହ କାହାକୁ କଥା କୁହାଇ ଦେଉ ନାହାନ୍ତି ବୋଲି ଟିକାୟତ ଅଭିଯୋଗ କରିଛନ୍ତି।  

   Related Posts