Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଟାଟା ଷ୍ଟିଲ ମ୍ୟାନେଜରଙ୍କୁ ହତ୍ୟା : ହତ୍ୟା କରି ଫେରାର ହୋଇଗଲେ ପୂର୍ବତନ କର୍ମଚାରୀ

10/11/2018 at 1:46 PM

ଫରିଦାବାଦ ୧୦/୧୧ : ଟାଟା ଷ୍ଟିଲ କମ୍ପାନୀର ଜଣେ ବରିଷ୍ଠ ମ୍ୟାନେଜରଙ୍କୁ ଶୁକ୍ରବାର ଦିନ ଫରିଦାବାଦଠାରେ ହତ୍ୟା କରାଯାଇଛି | ହତ୍ୟା କରିଛି କମ୍ପାନୀର ଜଣେ ପୂର୍ବତନ କର୍ମଚାରୀ | ମୃତ ମ୍ୟାନେଜର ହେଲେ ୩୫ ବର୍ଷ ବୟସ୍କ ଅରିନ୍ଦମ ପାଲ | ଶୁକ୍ରବାର ଦିନ ଗୋଟାଏ ବେଳେ ୩୨ ବର୍ଷ ବୟସ୍କ ବିଶ୍ୱାସ ପାଣ୍ଡେ ନାମକ ଜଣେ ପୂର୍ବତନ କର୍ମଚାରୀ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି |

ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ କାର୍ଯ୍ୟରେ ବିଶୃଙ୍ଖଳା ଯୋଗୁଁ ବିଶ୍ୱାସ ପାଣ୍ଡେ କୁ ଚାକିରୀରୁ ବହିଷ୍କାର କରାଯାଇଥିଲା |ଚାକିରୀ ହରାଇବା ପରେ ପାଣ୍ଡେ ହତାଶ ଅବସ୍ଥାରେ ଥିଲା । ସେ ପୁଣି ଚାକିରୀରେ ପୁନଃ ନିଯୁକ୍ତି ପାଇଁ କମ୍ପାନୀ ପରିଚାଳନାକୁ ଅନୁରୋଧ କରିଆସୁଥିଲା । ତେବେ ତାକୁ ଆଉ ଚାକିରୀ ମିଳିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସଫା ସଫା କହିଦିଆଯାଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଶ୍ବାସ ପାଣ୍ଡେ ଶୁକ୍ରବାର ଦିନ ଗୋଟାଏ ବେଳେ ମେନେଜର ଅରିନ୍ଦମଙ୍କ କ୍ୟାବିନକୁ ପଶିଯାଇ ତାଙ୍କ ଉପରକୁ ଗୁଳି ଚଳାଇ କମ୍ପାନୀର ପଛପଟ ଗେଟ ଦେଇ ଦୌଡ଼ି ପଳାଇଥିଲା | ପାଣ୍ଡେ ଗୁଳିଚଳାଇ ଖସିଯାଉଥିବାବେଳେ ଅନ୍ୟ କର୍ମଚାରୀମାନେ ତାକୁ ୍ଟକାଇବାକୁ ଚେଷ୍ଟା କରିଥିଲେ । ତେବେ ଅନ୍ୟମାନଙ୍କୁ ମଧ୍ୟ ସେ ବନ୍ଧୁକ ଦେଖାଇଭୟଭୀତ କରି ଖସିଯାଇଥିଲା । ସଙ୍ଗେସଙ୍ଗେ ଅରିନ୍ଦମଙ୍କୁ ସହକର୍ମୀମାନେ ହସ୍ପିଟାଲକୁ ନେଇଯାଇଥିଲେ | କିନ୍ତୁ ହସ୍ପିଟାଲ ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଡାକ୍ତର କହିଥିଲେ  ଅରିନ୍ଦମଙ୍କ ଶରୀରରେ ୫ଟି ଗୁଳି ବାଜିଛି | ଅରିନ୍ଦମଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଏବେ ଯାଏଁ ଆସିନାହିଁ |

ପୋଲିସ ଆଇପିସିର ୩୦୨ ଧାରା ଏବଂ ଆର୍ମସ ଆକ୍ଟରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇବା ସହ ଅଭିଯୁକ୍ତକୁ ଖୋଜୁଛି |

ମୃତ ମ୍ୟାନେଜରଙ୍କ ପତ୍ନୀ ଓ ଗୋଟିଏ ଝିଅ ଅଛନ୍ତି । ଘଟଣା ଘଟିଲାବେଳେ ସେମାନେ ଦୀପାବଳୀ ପାଇଁ ନିଜ ଗାଁରେ ଥିଲେ । ଖବର ପାଇ ଗତକାଲି ସେମାନେ ଫରିଦାବାଦରେ ପହଞ୍ଚିଛନ୍ତି ।

   Related Posts