ଆଜିଠାରୁ ଫରିଦାବାଦ-ଦିଲ୍ଲୀ ସୀମା ସିଲ୍, ଡାକ୍ତର ଏବଂ ପୋଲିସଙ୍କୁ ମଧ୍ୟ ନୋ-ଏଣ୍ଟ୍ରି

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୪: ଲକ୍ ଡାଉନ୍ ମଧ୍ୟରେ ହରିୟାଣାରୁ ଦିଲ୍ଲୀ ଆସୁଥିବା ଲୋକଙ୍କ ଅସୁବିଧା ଆହୁରି ବଢିଯାଇଛି । ହରିୟାଣା ପୋଲିସ ଦିଲ୍ଲୀ ସୀମାରେ ଆହୁରି କଡାକଡି ନିୟମ ବଢାଇଦେଇଛି । ଏହାର କାରଣ ହେଉଛି ହରିୟାଣା ସରକାର ଅନୁଭବ କରୁଛନ୍ତି ଯେ ଦିଲ୍ଲୀ ଆସୁଥିବା ଲୋକଙ୍କଠାରୁ ବିପଦ ରହିଛି ବୋଲି । ଆଜିଠାରୁ ଦିଲ୍ଲୀକୁ ଲାଗିଥିବା ଫରିଦାବାଦର ସମସ୍ତ ସୀମା ସିଲ୍ କରାଯିବ । କେବଳ ଦ୍ବିପ୍ରହର ୧୨ଟା ପର୍ଯ୍ୟନ୍ତ ପ୍ରବେଶ କରାଯାଇପାରିବ ।

ଆଜି ମଧ୍ୟାହ୍ନ ୧୨ଟା ପରେ ଦିଲ୍ଲୀରେ କାର୍ଯ୍ୟ କରୁଥିବା ଡାକ୍ତର, ବ୍ୟାଙ୍କ କର୍ମଚାରୀ ଏବଂ ପୋଲିସ ମଧ୍ୟ ଫରିଦାବାଦରେ ପ୍ରବେଶ କରିପାରିବେ ନାହିଁ । କେବଳ କେନ୍ଦ୍ର ସରକାର ଦେଇଥିବା ପାସ୍ ଦ୍ବାରା ହିଁ ସିଲ୍ ସୀମାରେ ପ୍ରବେଶ କରିପାରିବେ । ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ ସ୍ପଷ୍ଟ କରିଛନ୍ତି ଯେ, ସେ ଦିଲ୍ଲୀ କିମ୍ବା ନିକଟତମ ରାଜ୍ୟରୁ ହରିୟାଣାରୁ ସଂକ୍ରମିତ କରିବାକୁ ଦେବେନାହିଁ । ଯାହା ଫଳରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେପଟେ ଦିଲ୍ଲୀ ସହ ଲାଗିଥିବା ହରିୟାଣାର ସମସ୍ତ ସୀମା ଉପରେ କଡା ନଜର ରଖାଯାଇଛି । ଗୁରୁଗ୍ରାମ ଏବଂ ଫରିଦାବାଦରୁ କାମ ପାଇଁ ଦିଲ୍ଲୀ ଆସୁଥିବା ଲୋକଙ୍କ ପାସ୍ ଯାଞ୍ଚ କରାଯାଉଛି । ଯଦିଓ ଲକ୍ ଡାଉନ୍ ଯୋଗୁଁ ପୂର୍ବରୁ ହିଁ ଲୋକଙ୍କ ଗତିବିଧି ସୀମିତ ହୋଇସାରିଛି । ତଥାପି ହରିୟାଣା ପୋଲିସ ଏବେ ଅତ୍ୟାବଶ୍ୟକ ସେବା ସହ ଜଡିତ ଲୋକଙ୍କୁ ଦିଲ୍ଲୀ ଯାତାୟତ ନେଇ ଆହୁରି କଠୋର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.