ସକାଳୁ ଜିମ ଯାଉଥିବା ବେଳେ କଂଗ୍ରେସ ପ୍ରବକ୍ତାଙ୍କୁ ଗୁଳି କରି ହତ୍ୟା

Published By : Prameya-News7 Bureau | June 27, 2019 IST

ଫରିଦାବାଦ ୨୭/୬ : ହରିୟାଣା ଫରିଦାବାଦରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀଙ୍କୁ ଆଜି ସକାଳୁ ଗୁଳି କରି ହତ୍ୟା କରାଯାଇଛି । ସେକ୍ଟର-୯ ଅଞ୍ଚଳର ଆକ୍ରମଣକାରୀ ବିକାଶଙ୍କୁ ୧୦ଟି ଗୁଳି କରି ହତ୍ୟା କରିଛନ୍ତି । ଗୁଳି କରିବା ପରେ ତୁରନ୍ତ ବିକାଶଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ବିକାଶଙ୍କ ମୃତ୍ୟୁ ହୋଇଛି ।

{"id":127660}

ସକାଳୁ ସକାଳୁ ଘଟିଥିବା ଏହି ହତ୍ୟା ଘଟଣା ପରେ ଫରିଦାବାଦ ପୋଲିସ ଆକ୍ସନ ମୁଡ଼ରେ ଅଛି । ପୋଲିସ ସୂଚନା ଅନୁଯାୟୀ, ଦୁଇଜଣ ଆକ୍ରମଣକାରୀ ବିକାଶଙ୍କ ଉପରକୁ ଗୁଳି କରିଥିଲେ । ବିକାଶ ନିଜ ଗାଡ଼ିରେ ଜିମ ଯାଉଥିବାବେଳେ ତାଙ୍କ ଉପରକୁ ଗୁଳି କରିଥିଲେ ଦୁଇ ଆକ୍ରମଣକାରୀ । ପୋଲିସ ସିସିଟିଭି ଫୁଟେଜ ଅଣ୍ଡାଳିବା ସହ ହତ୍ୟାକାରୀଙ୍କୁ ଖୋଜୁଛି ।

{"id":127661}

ଘଟଣା ସକାଳ ୯ଟା ରେ ଘଟିଥିଲା । ବିକାଶ ସେତେବେଳେ ସେକ୍ଟର-୯ ସ୍ଥିତ ହୁଡ଼ା ମାର୍କେଟରେ ଥିବା ଜିମ ଯାଉଥିଲେ । ଜିମରେ ପହଂଚି ବିକାଶ ଯେମିତି ନିଜ ଗାଡିରୁ ଓହ୍ଲାଇଲେ ଆକ୍ରମଣକାରୀ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ବିକାଶଙ୍କ ବେକ ଏବଂ ଛାତିରେ ଗୁଳି କରି ଆକ୍ରମଣକାରୀ ଫେରାର ହୋଇଯାଇଥିଲେ । ତାଙ୍କ ଗାଡିକୁ ମଧ୍ୟ ୪ଟି ଗୁଳି ବାଜିଥିଲା । ଦୁଇ ଆକ୍ରଣକାରୀ ଧଳା ରଙ୍ଗର ଏସଏକ୍ସ-୪ ଗାଡିରେ ଆସିଥିଲେ । ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସ ଟିମ ଗଠନ କରିଛି ।

{"id":127662}

ବିକାଶ ଚୌଧୁରୀଙ୍କ ହତ୍ୟା ପରେ ହରିୟାଣା କଂଗ୍ରେସ ଅଧ୍ୟକ୍ଷ ଅଶୋକ ତମ୍ବୁର କହିଛନ୍ତି ଯେ, ଏହା ଜଙ୍ଗଲ ରାଜ । ଏଠାରେ କେହି ଆଇନକୁ ଭୟ କରୁନାହାନ୍ତି । କାଲି ମଧ୍ୟ ଏହିଭଳି ଏକ ଘଟଣା ଘଟିଥିଲା > ଜଣେ ମହିଳାଙ୍କୁ କିଛି ଲୋକ ଦୁର୍ବ୍ୟବହାର କରିଥିଲେ । ମହିଳା ବିରୋଧ କରିବାରୁ ତାଙ୍କୁ ଛୁରୀ ଭୁସି ଦିଆଯାଇଥିଲା । ବିକାଶ ଚୌଧୁରୀଙ୍କ ହତ୍ୟାର ତଦନ୍ତ ହେବ ଆବଶ୍ୟକ ବୋଲି କହିଛନ୍ତି ଅଶୋକ ତମ୍ବୁର ।

{"id":127663,"width":578,"height":385}

ସୂଚନାଯୋଗ୍ୟ ଯେ, ବିକାଶ ଚୌଧୁରୀ ହରିୟାଣା କଂଗ୍ରେସ ପ୍ରବକ୍ତା ଥିଲେ । କିଛି ବର୍ଷ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.