‘ଆରମ୍ଭ ପୂର୍ବରୁ ସବୁ କିଛି ଶେଷ କରନ୍ତୁନି’: ଅର୍ଜୁନ ତେନ୍ଦୁଲକରଙ୍କ ସମର୍ଥନରେ ଆସିଲେ ଫରହାନ୍‌ ଅଖତର

Published By : Prameya-News7 Bureau | February 20, 2021 IST

ନୂଆଦିଲ୍ଲୀ ୨୦/୦୨: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଆଇପିଏଲ-୧୪ ପାଇଁ ଅର୍ଜୁନଙ୍କୁ କିଣିବା ପରେ କ୍ରିକେଟରେ ‘ନେପୋଟିଜମ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁମ୍ବାଇ ଇଣ୍ଡିଆନ୍ସର ନିଷ୍ପତ୍ତିକୁ ଅନେକ ଫ୍ୟାନ ମଧ୍ୟ ନାପସନ୍ଦ କରିଛନ୍ତି। କିନ୍ତୁ ଏହା ଉପରେ ଟିମ୍‌ ପକ୍ଷରୁ ସ୍ପଷ୍ଟୀକରଣ ରଖିଯାଇଥିଲା । ଏହା ପରେ ଅନେକ ସେଲିବ୍ରିଟି ଏବଂ ସଚିନଙ୍କ ଝିଅ ମଧ୍ୟ ଅର୍ଜୁନଙ୍କ ସମର୍ଥନରେ ବାହାରିଛନ୍ତି। ଏବେ ବଲିଉଡ ଅଭିନେତା ଫରହାନ୍‌ ଅଖତର ଅର୍ଜୁନଙ୍କ ସପକ୍ଷରେ ଟ୍ବିଟ୍‌ କରିଛନ୍ତି। ସେ କହିଛନ୍ତି ଅର୍ଜୁନ ତେନ୍ଦୁଲକରଙ୍କ ଉତ୍ସାହ କମ୍‌ କରିବା ଠିକ୍‌ ନୁହେଁ।

ଫରାହାନ ଟ୍ବିଟ କରି ଲେଖିଛନ୍ତି, ‘ମୋତେ ଲାଗୁଛି ଅର୍ଜୁନଙ୍କ ସମ୍ପର୍କରେ ମୋତେ କହିବା ଦରକାର। ଆମେ ଗୋଟିଏ ଜିମ୍‌କୁ ଯାଉଛୁ ଏବଂ ଜାଣିଛି ସେ ତାଙ୍କ ଫିଟନେସ୍‌କୁ ନେଇ କେତେ ପରିଶ୍ରମ କରୁଛନ୍ତି। ତାଙ୍କର ଧ୍ୟାନ ଜଣେ ଭଲ କ୍ରିକେଟର ହେବାକୁ ରହିଛି। ତାଙ୍କ ଉପରେ ନେପୋଟିଜିମ୍‌ ଭଳି ଶବ୍ଦ ବ୍ୟବହାର କରିବା ଭୁଲ ଏବଂ କ୍ରୁରତା ହେବ। ଆରମ୍ଭ ହେବା ପୂର୍ବରୁ ତାଙ୍କ ଉତ୍ସାହକୁ କମ୍‌ କରନ୍ତୁ ନାହିଁ।’ ପରହାନଙ୍କ ଏହି ଟ୍ବିଟ୍‌ରେ ୟୁଜର୍ସ ନିଜ ନିଜର ରିଏକ୍ସନ ଦେଉଛନ୍ତି।

wp:embed {"url":"https://twitter.com/FarOutAkhtar/status/1363045964114661377","type":"rich","providerNameSlug":"twitter","responsive":true,"className":""}
https://twitter.com/FarOutAkhtar/status/1363045964114661377
/wp:embed

ତେବେ ଅର୍ଜୁନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ କିଣିବା ଆଶ୍ଚର୍ଯ୍ୟକର କଥା ନୁହେଁ। କାରଣ ଫ୍ରାଞ୍ଚାଇଜ୍‌ ପାଇଁ ଅର୍ଜୁନ ୩ଟି ସିଜନ ହେଲା ନେଟ୍‌ ବୋଲରର ଭୂମିକା ନିଭାଇ ଆସିଛନ୍ତି। ୨୧ ବର୍ଷୀୟ ଅର୍ଜୁନ ନିକଟରେ ମୁମ୍ବାଇର ସିନିୟର ଟିମ୍‌ ପକ୍ଷରୁ ଡେବ୍ୟୁ କରିଥିଲେ ଏବଂ ହରିୟାଣା ବିପକ୍ଷରେ ସୟଦ ମୁସ୍ତାଫା ଅଲି ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି। ବାମହାତି ବ୍ୟାଟ୍ସମ୍ୟାନ ଏବଂ ବାମହାତି ଦ୍ରୁତ ବୋଲର ଅର୍ଜୁନ ମୁମ୍ବାଇ ପାଇଁ ଟି-୨୦ ମ୍ୟାଚ୍‌ରେ ୩ ରନ୍‌ କରିଥିବା ବେଳେ ଦୁଇଟି ଓ୍ବିକେଟ୍‌ ନେଇଥିଲେ। ସେ ଟି-୨୦ ମୁମ୍ବାଇ ଲିଗ୍‌ ମଧ୍ୟ ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.